ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଦୁଇ ଦିନ ଧରି ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ବାତ୍ୟା ଆଶଙ୍କାକୁ ନଜରରେ ରଖି ଗଜପତି ଜିଲ୍ଲାର ବିପଦପୂର୍ଣ୍ଣ ପାହାଡ଼ିଆ ଅଞ୍ଚଳ ଓ ଜଳସ୍ତର ବୃଦ୍ଧି ସମ୍ଭାବନା ଥିବା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରାଯାଇଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ମାଇକିଙ୍ଗ୍ ମାଧ୍ୟମରେ ଲୋକଙ୍କୁ ସତର୍କ କରାଯାଉଛି । ବିଶେଷକରି ପାହାଡ଼ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଭୂସ୍ଖଳନ ଓ ପଥର ଅତଡ଼ା ଖସିବା ଭଳି ବିପଦ ପ୍ରତି ସଚେତନ କରାଯାଇଛି । ସେହିପରି ନଦୀ, ନାଳ ଓ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳରେ ଜଳସ୍ତର ବଢ଼ିଲେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜିଲ୍ଳାର ସମସ୍ତ ଜଳ ପ୍ରପାତ, ମହେନ୍ଦ୍ରଗିରି ପର୍ବତ ଓ ବିଏନ ପ୍ୟାଲେସ କୁ ନଛାଡିବା ସକାଶେ ପର୍ଯ୍ୟଟନ ବିଭାଗ ତରଫରୁ ନିଷ୍ପତି କରାଯାଇଛି !


