ଯାଦବ ମହାସଭା ପକ୍ଷରୁ ସମ୍ଭର୍ଦ୍ଧନା ସଭା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ଯାଦବ ମହାସଭା ତରଫରୁ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ଅନୁମୋଦନ କ୍ରମେ ଦେଉଳି ଗ୍ରାମର ବରିଷ୍ଠ ଯାଦବ ଭାସ୍କର ବେହେରା, ପରୀକ୍ଷିତ ବେହେରା, ଅନାମ ବେହେରା, ମଙ୍ଗରାଜ ବେହେରା ଓ ମିର୍ଯାଇପୁର ଗ୍ରାମର ସୁରେଶ ଚନ୍ଦ୍ର ବେହେରାଙ୍କୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଚି । ଏହି କାର୍ଯ୍ୟକ୍ରମରେ ୪୨ମୌଜା ଯାଦବ ମହାସଭାର ଉପଦେଷ୍ଟା ବିନୋଦ ବେହେରା, ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ଭିକାରୀ ପରିଡା, ରମେଶ ବେହେରା, ସୁଶାନ୍ତ ବେହେରା, ପର୍ଶୁରାମ ବେହେରା, ରିଙ୍କୁ ବେହେରା, ସାଗର ବେହେରା, ଆଶିଷ ବେହେରା, ସୌମ୍ୟ ବେହେରା ଓ ଶ୍ରୀମନ୍ତ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁକାନ୍ତ ବେହେରା, ବିଭୂତି ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିମନ୍ୟୁ ବେହେରା ଓ ସନ୍ଦିପ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *