ଦଶପଲ୍ଲାରେ ବିଜେଡି ର 24ତମ ପ୍ରତିଷ୍ଠା ଦିବସ ପାଳନ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡି ର 24ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି . ଦଳୀୟ କର୍ମୀମାନେ ନୂଆଗାଁ ଠାରୁ ମୋଟର ସାଇକେଲ ରାଲିରେ ବାହାରି ଦଶପଲ୍ଲାରେ ପହଁଚିଥିବା ସମୟରେ ଦଶପଲ୍ଲା ବିଧାୟକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ପ୍ରଦାନ କରିଥିଲେ . ନୟାଗଡ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ କର୍ମୀମାନେ ରାଲି କରି ଦଶପଲ୍ଲା କୁଆଁରିଆ ଡ୍ୟାମ ଠାରେ ପହଂଚିଥିଲେ l ଆୟୋଜିତ ସାଧାରଣ ସଭାରେ ବିଧାୟକ ବିଜେଡି ର ପ୍ରତିଷ୍ଠା ଦିବସ ଅବସରରେ କେକ କାଟିଥିଲେ l ଦଳକୁ କିପରି ଆହୁରି ତୃଣମୂଳ ସ୍ତରରୁ ମଜବୁତ କରାଯିବ ସେ ବିଷୟରେ ନିଜର ବକ୍ତବ୍ୟ ରଖିବା ସହ ବିରୋଧୀ ଦଳକୁ ଶାଣିତ ପ୍ରହାର କରିଥିଲେ ନିଜର ବକ୍ତବ୍ୟ ମାଧ୍ୟମରେ l ଯଦୁପୁର ପରୀ ହତ୍ୟା ଘଟଣାରେ ସାମ୍ବାଦିକ ମାନଙ୍କୁ ମାଡ଼ ହୋଇଥିବା ଘଟଣାକୁ ଶ୍ରୀ ବେହେରା ଦୃଢ ନିନ୍ଦା କରିଥିଲେ l ସମ୍ମାନୀତ ଅତିଥି ରୂପେ ନୂଆଗାଁ ବ୍ଲକ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଦଶପଲ୍ଲା ବ୍ଲକ ଅଧକ୍ଷ୍ୟl ସୁନନ୍ଦା ସାହୁ ,ଗଣିଆ ବ୍ଲକ ଅଧକ୍ଷ୍ୟ ଶେଷଦେବ ସ୍ୱାଇଁ, ନୟାଗଡ଼ ଜିଲା ସାଂସଦଙ୍କ ପ୍ରତିନିଧି ସଦାଶିବ ମିଶ୍ର, ନୂଆଗାଁ ବ୍ଲକ ପ୍ରତିନିଧି ବିଜୟ କୁମାର ସାସମାଲ, ନୂଆଗାଁ ବିଜେଡି ସଭାପତି ସନ୍ୟାସୀ ସାମଲ, ନୂଆଗାଁ ବିଜେଡି ଯୁବ ସଭାପତି ଶୁଭ୍ରାଂଶୁ ସେନାପତି ଏବଂ ସମସ୍ତ ବ୍ଲକ ଅଧକ୍ଷ୍ୟ, ଦଳୀୟ ସଭାପତି, ଯୁବ ସଭାପତି ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *