ବନମାଳୀପୁର ସେବା ସମବାୟ ସମିତି ରେ ଧାନମଣ୍ଡି ଉଦଘାଟିତ ।

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବନମାଳୀପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ସେବା ସମବାୟ ସମିତି ର ସମ୍ପାଦକ ସୋମନାଥ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଜରଙ୍ଗୀ ରାଇସ ମିଲ ର ମ୍ୟାନେଜର ରବିନ୍ଦ୍ର କୁମାର ଦଳେଇ ମଣ୍ଡିକୁ ଉଦଘାଟନ କରିଥିଲେ । ସମିତି ର ପୂର୍ବତନ ଡାଇରେକ୍ଟର କପିଳେଶ୍ଵର ସାହୁ, ଡିଇଓ ଟୁକୁନା କୁମାର ସାହୁ, ସୁରେଶ ବେହେରା, ପ୍ରମୋଦ ଭୋଳ, ପୂର୍ଣ୍ଣଚନ୍ଦ୍ର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଚାଷି ତପନ କୁମାର ମଲ୍ଲ, ସଦାଶିବ ଭୋଳ, ଅନାଦି ପରିଡା, ସଂଶାରି ପରିଡ଼ା ଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ପଚାଶରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *