ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମ ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣା ରେ ପରୀକୁ ନ୍ୟାୟ ଦେବାରେ ରାଜ୍ୟ ବିଜେପି ଓ ଜିଲ୍ଲା ନେତୃତ୍ୱର ଆନ୍ତରିକତା ନଥିବା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନିବିଡ଼ ବନ୍ଧୁତ୍ୱ ସିବିଆଇ ତଦନ୍ତ ରେ ବାଧକ ସାଜିଥିବା ବେଳେ ରାଜ୍ୟ ତଥା ନୟାଗଡ଼ ଜିଲ୍ଲା ବିଜେପି କେବଳ ଲୋକ ଦେଖାଣିଆ ରାଜନୀତି କରୁଥିବା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ଅରୁଣ ସାହୁ ଙ୍କର ଏକ ଫଟୋ ସେୟାର କରିବା ସହ କହିଛନ୍ତି – ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ବିଜେପି ହେଉ ଜିଲ୍ଲା ବିଜେପି ହେଉ କିମ୍ବା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ହୁଅନ୍ତୁ କଣ ପାଇଁ ଆଜି ପର୍ଯ୍ୟନ୍ତ ଘଟଣା ର ସିବିଆଇ ତଦନ୍ତ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ ପାଇଁ ପରୀ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଙ୍କୁ ଜଣାଇ ନାହାନ୍ତି । କଣ ପାଇଁ ଚୁପ୍ ବସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପରୀ କୁ ଉଚିତ ନ୍ୟାୟ ପାଇଁ ସିବିଆଇ ତଦନ୍ତ କରିବାର ଦାବିରେ ଜିଲ୍ଲା କଂଗ୍ରେସ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ଦିଆଯିବ ବୋଲି ଜିଲ୍ଲା ସଭାପତି ରଣଜିତ ଦାଶ ପ୍ରେସ ବାର୍ତ୍ତା ପ୍ରଦାନ କରିଛନ୍ତି ।