କ୍ରୀଡା କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢିଲା ରଘୁନାଥ ଆଥଲେଟିକ ଆସୋସିଏସନ ।
ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡଗାଁ ର ଅଗ୍ରଣୀ କ୍ରୀଡା ସଙ୍ଗଠନ ରଘୁନାଥ ଆଥଲେଟିକ ଆସୋସିଏସନ ଦ୍ୱାରା ସଫଳତାର ସହ ଆୟୋଜିତ ହୋଇଯାଇଛି ପ୍ରଥମ ଓଡଗାଁ ବ୍ୟାଡମିଣ୍ଟନ ଲିଗ୍ । ରଘୁନାଥ ଆଥଲେଟିକ ଆସୋସିଏସନ ତରଫରୁ ସଫଳତାର ସହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ସମୟରେ ବ୍ୟାଡମିଣ୍ଟନ ଲିଗ୍ ଆୟୋଜନ କରି କ୍ରୀଡା କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢିଛି ଅନୁଷ୍ଠାନ । ବ୍ୟାଡମିଣ୍ଟନ ଲିଗର ପ୍ରଥମ ସଂସ୍କରଣରେ ୩୨ ଯୋଡି ଖେଳାଳୀ ଅଂଶ ଗ୍ରହଣ କରିଥିଲେ ।
ଫାଇନାଲ ରେ ବିକାଶ ଓ ଅଭିଙ୍କ ଯୋଡି ସହିତ ଶୁଭାଶିଷ ଓ ବିଶ୍ୱ ଙ୍କ ଯୋଡିର କଡା ମୁକାବିଲା ହୋଇଥିଲା . ଖୁବ କମ ପଏଣ୍ଟ ବ୍ୟବଧାନରେ ଶୁଭାଶିଷ ଓ ବିଶ୍ୱ ମ୍ୟାଚକୁ ଜିତି ପ୍ରଥମ ଓଡଗାଁ ବ୍ୟାଡ଼ମିଣ୍ଟନ ଲିଗ ର ଟାଇଟେଲ ହାତେଇ ନେଇଥିଲେ । ଉଦଯାପନୀ ସଭାରେ ଜାନୁୟାରୀ ମାସକୁ ଏକ କ୍ରୀଡା ମହୋତ୍ସବରେ ପରିଣତ କରିବାକୁ ରଘୁନାଥ ଆଥଲେଟଟିକ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଆଗକୁ ଇନଡୋର ଗେମର ଟୁର୍ଣାମେଣ୍ଟ ଆୟୋଜନ ପାଇଁ ଯୋଜନା କରାଯାଇଥିବା ପ୍ରକାଶ କରାଯାଇଛି ।