ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିବା ପାଇଁ ଓ.ସେ.ପା ସହ ନିର୍ଦ୍ଦେଶକ ଉଦୟନାଥ ମାଝୀ ଗସ୍ତ କରି ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ । ଏହି ସମୟରେ ସେ ଓଡ଼ିଶା ଶିକ୍ଷା ବିଭାଗର କୋଭିଡ଼ି-19 ଓ sop ଗାଇଡ ଲାଇନ ଅନୁସାରେ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ର ନିରୀକ୍ଷଣ କରିବା ସହ ପରିବେଶ, ମାସ୍କ, ସାନିଟାଇଜର, ହାତଧୁଆ, ପାନୀୟ ଜଳ ଓ ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପାଇଖାନାର ବନ୍ଦୋବସ୍ତ ପରିଦର୍ଶନ କରିଥିଲେ । ପରିଦର୍ଶନ ମଧ୍ୟରେ ସେ ବିଦ୍ୟାଳୟର ଆୟୋଜନରେ ପ୍ରଧାନ ଶିକ୍ଷକ ଏବଂ ସହକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଦ୍ୟାଳୟ ଉନ୍ନତିର ଶୁଭ କାମନା କରିଥିଲେ