କରୋନା ପରେ ଅବସ୍ଥା ଶୋଚନୀୟ : କର୍ତ୍ତୁପକ୍ଷଙ୍କ ନିଘା ନାହିଁ !!

0
222

Loading

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କରୋନା ସଂକ୍ରମଣ ପରିସ୍ଥିତି କାରଣରୁ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିଲା ସ୍କୁଲ କଲେଜ . ବହୁ ବାଦ ବିବାଦ ସମୀକ୍ଷା ଆଲୋଚନା ପରେ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ରାଜ୍ୟ ସରକାର .

ତେବେ ଆବଶ୍ୟକୀୟ ପଦକ୍ଷେପ ଓ ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବା ଏବଂ କାର୍ଯ୍ୟକ୍ଷମ ହେବା ନେଇ କଡା କଟକଣା ଜାରି ହୋଇଛି . ହେଲେ ଏ ସବୁକୁ ଫୁ କରିଛି ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନ !! କଲେଜ ପରିସର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ କଲେଜ ଆସିବାକୁ ଛାତ୍ରଛାତ୍ରୀ ସଙ୍କୋଚ ମନେ କରୁଛନ୍ତି ।

ବିଭାଗୀୟ କତ୍ତୃପକ୍ଷଙ୍କର ଏଥିପ୍ରତି କୌଣସି ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇନାହିଁ , ଏପରିକି ଶ୍ରେଣୀଗୃହ ଏବଂ ପରିସରକୁ ଥରେ ମଧ୍ୟ ସାନିଟାଈଜ କରାଯାଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ବିଦ୍ୟାର୍ଥୀ . ରାଜ୍ୟ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ଥାଇବି ବାଙ୍କୀ ମହାବିଦ୍ୟାଳୟ କର୍ତ୍ତୁପକ୍ଷଙ୍କର ଏପରି ଖାମଖିଆଲି ନୀତିକୁ ନେଇ ଉଠିଛି ସମାଲୋଚନାର ସ୍ୱର !

LEAVE A REPLY

Please enter your comment!
Please enter your name here