ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମାପ ଓଜନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହେଉଛି । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାରେ ସାତ ଗୋଟି ବ୍ଳକ ରହିଅଛି । ସେଥି ମଧ୍ୟରୁ 5 ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଦୁଇଟି ସାଧାରଣ ବ୍ଳକ ଅଟେ । ଏଠାକାର ଜଙ୍ଗଲ ଜାତ ଦ୍ରବ୍ୟ ଉତ୍ପାଦନ ହେଉଥିଲେ ହେଁ ମହାଜନ ମାନଙ୍କୁ କମ ଦରରେ ଓ ଓଜନରେ ଶୋଷଣ ହେଉଥିବାର ଅଭିଯୋଗ ହେଉଛି । ବିଭାଗ ପକ୍ଷରୁ ଖାଉଟି ସଚେତନତା ଓ ଜନ ସାଧାରଣଙ୍କୁ ସଚେତନତା ବହୁଳ ପ୍ରଚାର ପ୍ରସାର ଅଭାବ ରୁ ଲୋକେ ଠକାମିର ଶୀକାର ହେଉଛନ୍ତି । ବିଭାଗ କର୍ମଚାରୀ ଅଭାବ ଦେଖାଇ ଜିଲ୍ଲା ରେ ଆଖି ଦୃଷ୍ଟିଆ ଚଢ଼ାଉ କରାଯାଉନାହିଁ ଯାହା ଫଳରେ ଲୋକେ ଠକାମିର ଶୀକାର ହେଉଛନ୍ତି । ଜିଲ୍ଲା ରେ ସୁନା ଦୋକାନ, ପେଟ୍ରୋଲ ପମ୍ପ, ବିଭିନ୍ନ ହାଟ ବଜାର, ଗ୍ରୋସରି ଦୋକାନରେ ଆଖି ଦୃଷ୍ଟିଆ ଚଢ଼ାଉ କରାଯାଉନାହିଁ । କିଛି ଦିନ ତଳେ ସହରର ଏକ ପେଟ୍ରୋଲ ପମ୍ପରେ କମ ଡିଜେଲ ଦେବାର ଅଭିଯୋଗ ହୋଇଥିଲା ଯାହା ଫଳରେ ବିଭାଗ କାର୍ଯ୍ୟାନୁଷ୍ଠାନ ବଦଳରେ ଯାନ୍ତ୍ରିକ ତ୍ରୁଟି ସଫେଇ ଦେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ କୁହାଯାଇ ଚୁପ ବସିଛି । ମାପ ଓଜନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଜନ ସାଧାରଣ ଠକାମିର ଶୀକାର ହେଉଥିବାର ଅଭିଯୋଗ ହେଉଛି । ତେଣୁ ନିୟମିତ ହାଟ, ଦୋକାନ,ବଜାର, ପେଟ୍ରୋଲ ପମ୍ପ, ସୁନା ଦୋକାନ ଇତ୍ୟାଦି ଯାଞ୍ଚ କରିବାକୁ ଜନସାଧାରଣ ରେ ଦାବିହେଉଛି ।