ନୂଆଗାଁ ବ୍ଲକ ଘଡ଼େଇବନ୍ଧ ଲୁହାରାଖଣି ଗାଁ ବାସୀଙ୍କୁ ଘାରିଛି ବାଘ ଭୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଘଡ଼େଇବନ୍ଧ, ଲୁହାରାଖଣି ଗାଁ ରେ ବାଘ ଭୟ ସୃଷ୍ଟି ହୋଇଛି ll ଜଙ୍ଗଲକୁ ଖଜୁରୀ କାଟିବାକୁ ଯାଇଥିବା କିଛି ଲୋକ ବାଘ ଦେଖିବା କଥା ପ୍ରକାଶ କରିବା ପରେ କାପ୍ତାପଲ୍ଲୀ ଏବଂ ବାହାଡାଝୋଲା ପଞ୍ଚାୟତବାସୀଙ୍କୁ ଘାରିଛି ବାଘ ଭୟ l ଗ୍ରାମ ପାଖ ଜଙ୍ଗଲରେ ବାଘ ଥିବା କଥା ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି l ଏ ବିଷୟରେ ଆମେ ବାହାଡାଝୋଲା ଏବଂ ଗୁମି ଫରେଷ୍ଟରଙ୍କୁ ପଚାରିବାରୁ , ସେମାନେ ମଧ୍ୟ ଲୋକଙ୍କ ମୁହଁରୁ ବାଘ କଥା ଶୁଣିଥିବା କଥା ପ୍ରକାଶ କରିଛନ୍ତି . ହେଲେ ଯେ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ପ୍ରମାଣ ମିଳିନାହିଁ କିଛି ସ୍ପଷ୍ଟ ଭାବରେ କହି ହେବନି ବୋଲି ବାହାଡାଝୋଲା ଫରେଷ୍ଟର ଶ୍ରୀମତୀ ସରିତା ବରାଳ ଏବଂ ଗୁମି ଫରେଷ୍ଟର କାଳନ୍ଦୀ ରାଉତ କହିଛନ୍ତି l କିନ୍ତୁ କିଛି ଲୋକ ଜଙ୍ଗଲରେ କାଲରାପତ୍ରି ବାଘ ଥିବା କଥା କହୁଛନ୍ତି l ଜଙ୍ଗଲକୁ ବାଘ ଆସିଥିବା କଥା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି l ବାଘ ସମ୍ପର୍କରେ ସଠିକ ତଥ୍ୟ ଆସିନଥିଲେ ସୁଦ୍ଧା ଏହାକୁ ଗୁଜବ କହିବା ବି ଠିକ ନୁହେଁ ବୋଲି ଲୋକ କହୁଛନ୍ତି l ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବନ ବିଭାଗ ଏହାର ସତ୍ୟାସତ୍ୟ ଖୋଜିବାରେ ଲାଗିଥିବା ସୂଚନା ମିଳିଛି ll

Leave a Reply

Your email address will not be published. Required fields are marked *