ବ୍ରଜନାଥପୁର ପଞ୍ଚାୟତ ରେ ଗୋଷ୍ଠୀ ଶୌଚାଳୟ ଉଦଘାଟନ କଲେ ଜିଲ୍ଲାପାଳ।

Spread the love

ତାଳଚେର ( ଆୱାଜ ମିଡିଆ ) – ଅଶ୍ଵିନୀ କୁମାର ଦେବତା : ବ୍ରଜନାଥପୁର ପଞ୍ଚାୟତ ରେ ଗୋଷ୍ଠୀ ଶୌଚାଳୟ ଉଦଘାଟନ କଲେ ଜିଲ୍ଲାପାଳ। ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇ ଜିଲ୍ଲାପାଳ ଙ୍କ ଦ୍ୱାରା ନୂତନ ପଦକ୍ଷେପ ଗ୍ରହଣ ଯାଇଅଛି । ବାହାରେ ମଳ ତ୍ୟାଗ ଦ୍ୱାରା ବିଭିନ୍ନ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । ବାହ୍ୟ ମଳମୂତ୍ର ରହିତ ଅଞ୍ଚଳ ଭାବରେ ବ୍ରଜନାଥପୁର କୁ ପ୍ରତିପାଦନ କରିବା ପାଇଁ ବ୍ରଜନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଭାଗିରଥୀ ସାହୁ ଙ୍କ ତଦାରଖ କ୍ରମେ ସ୍ୱଚ୍ଛ ଭାରତ ମିଶନ ପାଇଁ ଜିଲ୍ଲାପାଳଙ୍କ ଅନୁମୋଦନ ରେ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଗୋଷ୍ଠୀ ଶୌଚାଳୟ ର ଶୁଭ ଉଦଘାଟନ ହୋଇ ଯାଇଛି।

ଅନୁଗୋଳ ଜିଲ୍ଲାର ଏବଂ ୨୧୫ ପଞ୍ଚାୟତ ମଧ୍ୟରୁ ଏହା ପ୍ରଥମ ଗୋଷ୍ଠୀ ଶୌଚାଳୟ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ସମ୍ମାନୀତ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ବିଡିଓ ନେତ୍ରାନନ୍ଦ ମଲ୍ଲିକ, RWSS ନିର୍ବାହୀ ଯନ୍ତ୍ରୀ ବିକାଶ ଦାସ ଏବଂ ଗ୍ରାମ ପଞ୍ଚାୟତ ବିଶିଷ୍ଟ ବ୍ୟକ୍ତି ଓ ଆଶାକର୍ମୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ଜଳନ କରି ଗୋଷ୍ଠୀ ଶୌଚାଳୟ ର ଶୁଭ ଉଦଘାଟନ କରିଥିଲେ । ଏହା ପରେ ଜିଲ୍ଲାପାଳ ଲୁହୁଣ୍ଡି ଗ୍ରାମକୁ ଯାଇ ରାସ୍ତା ସଫେଇ କାର୍ଯ୍ୟକ୍ରମ କୁ ଦେଖିବା ପରେ ଲୋକ ମାନଙ୍କ ସହ ଆଲୋଚନା କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *