ଅସହାୟ ରମାପ୍ରିୟାଙ୍କ ଦୁଃଖ ବୁଝିବ କିଏ ??

0
194

ଢେଙ୍କାନାଳ (ଆୱାଜ ମିଡିଆ) – ରଞ୍ଜିତ ବେହେରା : ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବୋଲିଵୋ ଗ୍ରାମର ରମାପ୍ରିୟା ଦାସ ଯିଏ କି ଦୀର୍ଘ ୫ବର୍ଷ ତଳେ ପେଟରୋଗ ଜନିତ କାରଣରୁ କଟକ ର ମଙ୍ଗଳାବାଗ ନିକଟରେ ଥିବା ପାଢ଼ୀ ମେଡିକାଲ ରେ ଡକ୍ଟର ନାରାୟଣ ମଲ୍ଲିକ ଙ୍କ ଦ୍ଵାରା ଅପେରେସନ ହୋଇଥିଲେ । ବହୁ ଅର୍ଥ ଖର୍ଚ୍ଚ କରି ଅପରେସନ ହେବା ପରେ ମଧ୍ୟ ବାରମ୍ବାର ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ସେଠାରୁ ସେ ଫେରିବା ପରେ ଢେଙ୍କାନାଳ ମେଡ଼ିକଲ ରେ ଦେଖାଇଲେ ମଧ୍ୟ ଆବଶ୍ୟକୀୟ ଯନ୍ତ୍ରପାତି ନଥିବାରୁ ସେଠାରୁ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ । କଟକ ମେଡିକାଲ କଲେଜ ରେ ଦେଖାଇବାରୁ ଡାକ୍ତର ଏହାକୁ ପାରିବେନି କହି ସେହି ପାଢ଼ୀ ହସ୍ପିଟାଲ କୁ ପଠେଇ ଦେଇଥିଲେ । ସେଠାରେ ତାଙ୍କର ଚିକିତ୍ସା କରିଥିବା ଡାକ୍ତର ତାଙ୍କ ଉପରେ ବିରକ୍ତି ହେବା ସହ ଯଦି ଆଉ କେବେ ସେଠାକୁ ଯାଆନ୍ତି ତେବେ ତାଙ୍କୁ ମେଣ୍ଟାଲ ହସ୍ପିଟାଲ କୁ ପଠେଇଦେବେ କହି ଧମକ ଦେବା ସହ ମେଡିକାଲ ରୁ ଘଉଡ଼ାଇ ଦେଇଥିଲେ ।

ଏହାକୁ ନେଇ ରମାପ୍ରିୟା ଆଜି ଢେଙ୍କାନାଳ ମହିଳା ସହଯୋଗ କେନ୍ଦ୍ର କୁ ଆସି ନିଜର ଅସୁବିଧା ଜଣାଇଥିଲେ । ରମାପ୍ରିୟା ଦାସ ଙ୍କ ଘରେ ପାଗଳ ପୁଅଟେ ଅଛି ,ସ୍ୱାମୀ ହାତ ଭାଙ୍ଗି ଯିବାରୁ କିଛି କାମ କରିପାରୁନାହାନ୍ତି । ଯାହା ଦ୍ୱାରା ବର୍ତମାନ ସମଗ୍ର ପରିବାର ଭୋକ ଉପବାସରେ ଜୀବନ ବିତାଉଛନ୍ତି । ଯଦି ସରକାରଙ୍କ ତରଫରୁ ରମାପ୍ରିୟା ଙ୍କୁ ସହଯୋଗ ର ହାତ ବଢ଼ାଇବା ସହ ଉକ୍ତ ପାଢ଼ୀ ହସ୍ପିଟାଲ କର୍ତ୍ତୃପକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here