ଏନଟିପିସି ର ପାଉଁଶ ପରିବହନ ଗାଡିର ବେପାରୁଆ ଚଳାଚଳ : ବଢୁଛି ଦୁର୍ଘଟଣା

0
240

ଅନୁଗୁଳ ( ଆୱାଜ ମିଡିଆ ) – ଅଶ୍ଵିନୀ କୁମାର ଦେବତା : କଣିହାଁ ବ୍ଲକ ଅନ୍ତର୍ଗତ ଟାକୁଆ ସ୍ଥିତ ସାମଲ କ୍ୟାମ୍ପ ଠାରେ ଘଟିଛି ଦୁର୍ଘଟଣା । ଘଟଣାରୁ ପ୍ରକାଶ ଯେ , ଏନଟିପିସି ରୁ ପାଉଁଶ ପରିବହନ କରୁଥିବା ଗାଡି ଗୁଡିକର ବେଗ ନିୟନ୍ତ୍ରଣ ନଥିବାରୁ ଧୂଳି ଉଡାଇବା ସହ ବହୁତ ଦୁର୍ଘଟଣା ଘଟି ଚାଲିଛି । ଏନଟିପିସି ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଦରକାର । ବେପାରୁଆ ଭାବେ ପାଉଁଶ ଗାଡି ଗୁଡିକ ଚଳାଚଳ ପାଇଁ ଆଜି ଏହି ଦୁର୍ଘଟଣା ଘଟି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । କଣିହାଁ ବ୍ଲକ ଅନ୍ତର୍ଗତ ତାଳପଦା ଗ୍ରାମର ରଞ୍ଜନ କୁମାର ସାହୁ ନାମକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ତାଙ୍କର ଗୋଟେ ଗୋଡ ଓ ଗୋଟେ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଖବର ମିଳିଛି । ଏଠି ପ୍ରଶ୍ନ ଉଠେ ଯେ ବାରମ୍ବାର ଗଣମାଧ୍ୟମରେ ଏଭଳି ଖବର ପ୍ରସାରଣ ପରେ ବି ଏନଟିପିସି କର୍ତ୍ତୃପକ୍ଷ ଙ୍କ ନଜର ଆସୁନି ନା ଜାଣିଶୁଣି ଏସବୁ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

LEAVE A REPLY

Please enter your comment!
Please enter your name here