କୁଲେଇ ଗ୍ରାମ ପଞ୍ଚାୟତରେ ବିଜେଡ଼ିର ସାଙ୍ଗଠନିକ ବୈଠକ !!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ପାଲଲହଡା ନିର୍ବାଚନମଣ୍ଡଳୀ କୁଲେଇ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି . ସ୍ଥାନୀୟ ବିଧାୟକ ମହୋଦୟଙ୍କ ଉପସ୍ଥିତିରେ କୁଲେଇ ଗ୍ରାମ ପଞ୍ଚାୟତରେ ବିଜେଡ଼ିର ସମସ୍ତ ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଆଗାମୀ ଦିନରେ ଦଳ ସୁଦୃଢ଼ କରିବାକୁ ନେଇ ଆଲୋଚନା ହୋଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକ ମାନଙ୍କୁ ବୁଝାଇବା ସହ ଯେଉଁ ଲୋକମାନେ ଯୋଜନାର ଯୋଜନାରୁ ବଞ୍ଚିତ ଅଛନ୍ତି ତାଙ୍କର ଅସୁବିଧା କୁ ଜଣାଇବା ପାଇଁ ସମସ୍ତ କର୍ମୀ ମାନଙ୍କୁ କହିଥିଲେ ବିଧାୟକ ମୁକେଶ କୁମାର ପାଳ ମହୋଦୟ ।

ବିଧାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କୁଲେଇ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା 2009 ମସିହାର ବିଧାୟକ ପ୍ରାଥି ରାଉତରା ନାଏକ ଏବଂ ପୂର୍ବତନ ସମିତି ସଭ୍ୟ ଧୀରେନ ଦେହୁରୀ ଏବଂ ବିଜେପି ର ସାତ ଜଣ କର୍ମୀ ବଜେଡିରେ ଆନୁଷ୍ଠାନିକ ଭାବରେ ଯୋଗଦେଲେ ।


Leave a Reply

Your email address will not be published. Required fields are marked *