ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ଇସୋ ତରଫରୁ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଆଡିସନାଲ ଏସ୍ପି ବିନାୟକ କୃଷ୍ଣ କମେଲା, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହିଳା ମହାବିଦ୍ୟାଳୟର ଅଧକ୍ଷ ରାମଚନ୍ଦ୍ର ମଲ୍ଲ, ମହିଳା ସହଯୋଗ କେନ୍ଦ୍ର ର ଆଡ଼ଭାଇଜର ଶାନ୍ତି ମିଶ୍ର, ଅମୃତା ନନ୍ଦିନୀ ମହାନ୍ତି ଯୋଗ ଦେଇଛନ୍ତି । ଇସୋ ର କାର୍ଯ୍ୟକାରୀ ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ଏହାକୁ ଆୟୋଜନ କରାଇଥିଲେ । କନ୍ୟାରତ୍ନଙ୍କର ଆଜିର ଯୁଗରେ ଆବଶ୍ୟକତା ବିଷୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରାଯାଇଥିଲା । ବର୍ତ୍ତମାନ ସମାଜରେ ମହିଳାମାନଙ୍କ ଆବଶ୍ୟକତା ଏବଂ ସେମାନେ ମଧ୍ୟ ପୁରୁଷ ମାନଙ୍କଠାରୁ କୌଣସି ଗୁଣରେ କମ ହୋଇନାହାନ୍ତି ବୋଲି ଇସୋ ର ଆଡ଼ଭାଇଜର ଶାନ୍ତି ମ୍ୟାଦମ ନିଜର ମତ ରଖିଥିଲେ ।