ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ଡିଜେଲ ଗ୍ୟାସ ଉପରେ ୬୨% ଅତିରିକ୍ତ ଟ୍ୟାକ୍ସ ଆଦାୟ କରୁଥିବାରୁ ପେଟ୍ରୋଲିଅମ ଦରରେ ଅହେତୁକ ବୃଦ୍ଧି ଘଟାଇ ସାଧାରଣ ଖାଉଟିଙ୍କୁ ଅଣନିଶ୍ୱାସୀ କରାଉଥିବାରୁ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ନୟାଗଡ ମୁଖ୍ୟ ଛକ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ତୈଳଦର ବୃଦ୍ଧି ପ୍ରସଙ୍ଗରେ ବିଜେଡିର ନୀରବତାକୁ ପ୍ରଶ୍ନ କରିଥିଲେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ l ୟୁପିଏ ସରକାର ସମୟରେ ସାମାନ୍ୟ ତୈଳଦର ବୃଦ୍ଧି ହେଲେ ରାସ୍ତାକୁ ଓଲ୍ଲାଉଥିବା ବିଜେଡି ଏବେ ଚୁପ ରହିବା ବିଜେପି ସହ ଭିତିରିଆ ସମ୍ପର୍କ ସ୍ପଷ୍ଟ ହେଉଛି l ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ଫକୀର ଚରଣ ମଲ୍ଲ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ ପ୍ରମୁଖଙ୍କ ନେତୃତ୍ୱରେ ଯୁବକଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l