ବଧୂହତ୍ୟା ଘଟଣାରେ ପୋଲିସ ର ପକ୍ଷପାତିତା ଅଭିଯୋଗ ଆଣିଲେ ମୃତା ଙ୍କ ପରିବାର ସମେତ ବସ୍ତି ବାସିନ୍ଦା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଘଟିଥିବା ବଧୂହତ୍ୟା ଘଟଣାରେ ପୁଲିସ ର ପକ୍ଷପାତିତା ନେଇ ଅଭିଯୋଗ ଆଣିଲେ ମୃତା ଙ୍କ ପରିବାର ଲୋକେ. ଘଟଣାକୁ ନେଇ ବାଙ୍କୀ ଥାନାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୁଲିସ ର କାଳକ୍ଷେପଣ ନୀତିକୁ ନେଇ ତୀବ୍ର ହେଉଛି ପ୍ରତିବାଦର ସ୍ୱର . ଘଟଣାରେ ମୃତକ ଙ୍କ ସ୍ୱାମୀ କୁ ଗିରଫ କରି ବସି ପଡିଛି ବାଙ୍କୀ ପୋଲିସ . ହେଲେ ଏହି ହତ୍ୟାକାଣ୍ଡ ଘଟଣା ରେ ସମ୍ପୃକ୍ତ ଅନ୍ୟ ମୁଦୁଲା ମାନେ ଖୁଲୁମ ଖୁଲା ବୁଲୁଥିବା ବେଳେ ଘଟଣା କୁ ୩ ଦିନରୁ ଉର୍ଦ୍ଧ ସମୟ ବିତିଗଲାଣି .

ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ବାଙ୍କୀ ପୋଲିସ ଧରିବାରେ ବିଫଳ ବୋଲି ଅଭିଯୋଗ ଆଣିଲେ ମୁତକଙ୍କ ପରିବାର ଓ ବସ୍ତି ବାସିନ୍ଦା . ସେପଟେ ବାରମ୍ବାର ମୃତକଙ୍କ ପରିବାର ବାଙ୍କୀ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ପୋଲିସ ର କାର୍ଯାନୁଷ୍ଠାନ ଶୀତଳତା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମୁତକଙ୍କ ପରିବାର ଆଉ ବସ୍ତି ବାସିନ୍ଦା . ଯଦି ପୋଲିସ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ଆଉ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ନ ଧରନ୍ତି ତେଵେ ଶତାଧିକ ବସ୍ତି ବାସିନ୍ଦା ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ।

ସୂଚନା ଥାଉକି ବେଗୁନିଆ ବ୍ଲକ ବେଗୁନିଆ ହରିଜନ ସାହିର ବିପିନ ନାୟକ ଙ୍କ ଝିଅ ବନିତା ନାୟକ ଙ୍କୁ ବାଙ୍କୀ ବ୍ଲକ ବ୍ରହ୍ମପୁରା ଅଂଚଳ ର ବିକ୍ରମ ନାୟକ ଙ୍କ ପୁଅ ମାଧବ ନାୟକ ଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ . ହେଲେ ବିଭିନ୍ନ ସମୟରେ ଯୌତୁକ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ଶାରୀରିକ ନିର୍ଯ୍ୟାତନା ଶାଶୂଘର ଲୋକେ ଦେଇ ଆସୁଥିବା ବେଳେ ଏହାକୁ ନେଇ ଅନେକ ଥର ସଭାସମିତି ବସି ଏହାର ଆପୋଷ ସମାଧାନ କରଯାଇଥିବା ମୁତକଙ୍କ ଭାଇ କହିଥିବା ବେଳେ, ଏବେ ମୃତା ବନିତା ଙ୍କୁ ଉଚିତ ନ୍ୟାୟ ଦାବି କରିଛନ୍ତି ତାଙ୍କ ପରିବାର ଓ ବେଗୁନିଆ ହରିଜନ ବସ୍ତି ବାସିନ୍ଦା . ଅନ୍ୟ ପକ୍ଷରେ ତଦନ୍ତ ଜାରି ରହିଛି ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ପୁଲିସ !!!

Leave a Reply

Your email address will not be published. Required fields are marked *