ପାଣି ପାଇଁ ତାତିଲେ ମହିଳା : ରାସ୍ତାରୋକ !!

0
421

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ଦୁର୍ଗାପୁର ରେ ଦୀର୍ଘ ବର୍ଷ ହେବ ଲାଗିରହିଛି ପାନୀୟ ଜଳ ସମସ୍ୟା । ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ପାଣି ପାଇଁ ଡହକ ବିକଳ ହେଉଛନ୍ତି ପଞ୍ଚାୟତ ର ୨ହଜାର ବାସିନ୍ଦା । ପିଇବା ପାଣି ମିଳୁନ ଥିବାରୁ ମହିଳାଙ୍କ ରାସ୍ତା ଉପରେ ଧାରଣା । ପିଇବା ପାଇଁ ବିଶୁଦ୍ଧ ପାଣି ଟିକେ ପାଇବା ପାଇଁ ବାରମ୍ବାର ଦାବିକରି ଆସୁଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ର ଯନ୍ତ୍ରୀ କିମ୍ବା ଜନ ପ୍ରତିନିଧି କେହି ଶୁଣୁ ନାହାନ୍ତି । ବାଧ୍ୟହୋଇ ଶତାଧିକ ମହିଳା ଗରା ଓ ବାଲ୍ଟି ଧରି ରାସ୍ତା ଉପରେ ଧାରଣା ରେ ବସି ରାସ୍ତାରୋକ କଲେ । ଫଳରେ ବାଙ୍କୀ-ବୈଦେଶ୍ୱର ରାସ୍ତା ରେ ଗମନାଗମନ ଠପ ହୋଇ ଯାଇଛି ।

ଏହା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଡ଼ମପଡା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଦୁର୍ଗାପୁର ପଞ୍ଚାୟତର ଭେଡା ଗ୍ରାମରେ । ପିଇବା ପାଣି ଟିକିଏ ପାଇବା ପାଇଁ ମହିଳା ମାନେ ପୂର୍ବରୁ ବହୁ ବାର ବାଙ୍କୀ ଗ୍ରାମ୍ୟ ଜଳଯୋଗାଣ ବିଭାଗ କୁ ଦୌଡ଼ିଦୌଡ଼ି ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବାରୁ ଲୋକେ ଗାଡ଼ିଆ ଓ ଖୋଲା କୂଅ ରୁ ଦୂଷିତପାଣି ପାଣି ପିଇ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହୋଇଛନ୍ତି . ନଳକୂଅ ରୁ ମଧ୍ୟ ଭଲ ପିଇବାପାଣି ମିଳୁନ ଥିବାରୁ ବାଧ୍ୟ ହୋଇ ଆଜି ରାସ୍ତା ଉପରେ ଗରା ଓ ବାଲ୍ଟି ଧରି ବସି ରହିଛନ୍ତି । ବିଶୁଦ୍ଧ ପାନୀୟ ଜଳଯୋଗାଣ ର ବ୍ୟବସ୍ଥା କରାଗଲେ ଧାରଣା ପ୍ରତ୍ୟାହୃତ ହେବ ବୋଲି ମହିଳାମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here