ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତର ଭାଟସାହି ଗ୍ରାମର ଅଧିବାସୀମାନେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟମନ୍ଦିର ନିର୍ମାଣ ଆରମ୍ଭ କରିଛନ୍ତି ନିଧି ସଂଗ୍ରହ | ପ୍ରକାଶ ଥାଉ କି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାହାଡାଝୋଲା ର ପ୍ରଧାନ ଆଚାର୍ଯ୍ୟ ଅକ୍ରୁର ଜେନା, ଆଚାର୍ଯ୍ୟା ପ୍ରତିଭା ପାଣିଗ୍ରାହୀ, ସୁଭାଷିନୀ ସାହୁ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କର ସହଯୋଗରେ ଭାଟସାହି ଗ୍ରାମର ଅଧିବାସୀ ମାନେ କିଛି ଅର୍ଥରାଶି ସହାୟତା କରିଛନ୍ତି. ହିନ୍ଦୁ ଧର୍ମ ର ଶ୍ରେଷ୍ଠ ଦେବତା ପ୍ରଭୁ ଶ୍ରୀରାମ ଙ୍କର କାର୍ଯ୍ୟ ରେ ସାମିଲ ହୋଇଥିବାରୁ ନିଜକୁ ଆତ୍ମ ସନ୍ତୋଷ ଲାଭ କରିଥିବା ପ୍ରକାଶ କରିଛନ୍ତି.