ବାଙ୍କୀ ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ !!!

0
313

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ଵାରା ଡମପଡା ବ୍ଲକ ହରିରାଜପୁର ଗ୍ରାମ ପଂଚାୟତରେ ୪ ଗୋଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ହରିରାଜପୁର ପଲ୍ଲୀ ବିକାଶ କ୍ଲବ ପାଖରୁ ଏକ ଶୋଭାଯାତ୍ରାରେ ବାହାରି ତଳ ହରିଜନ ସାହିରେ ସୌରଶକ୍ତି ଚାଳିତ ପାଣି ଟାଙ୍କି, ପଣାଦିଆ ଛକ ଠାରେ ମିନିମାକ୍ସ ଲାଇଟ, ପଶ୍ଚିମ ପଟ ସାହିରେ ସୌରଶକ୍ତି ଚାଳିତ ପାଣି ଟାଙ୍କି ଓ ସୌରଶକ୍ତି ଚାଳିତ ମିନିମ୍ୟାକ୍ସର ଶୁଭ ଉଦଘାଟନ କରିଥିଲେ ।

ଏହାପରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଉପଲକ୍ଷେ ଗାନ୍ଧିଜୀ କ୍ଲବ ଠାରେ ବିଧାୟକ ଶ୍ରୀ ତ୍ରିପାଠୀ , ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର , ସରପଞ୍ଚ ଦେବସ୍ମିତା ସେଠି ଗାନ୍ଧୀଜୀ ଙ୍କ ମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରିଶେଷରେ ରାମଚନ୍ଦ୍ର ପଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଉଦ୍ୟାନର ଶିଳାନ୍ୟାସ କରିଥିଲେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ତ୍ରିପାଠୀ ଯୋଗ ଦେଇ ହରିରାଜପୁର ପଞ୍ଚାୟତରେ ଥିବା ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ବହୁଦିନର ପ୍ରତୀକ୍ଷିତ ପାଣି ସମସ୍ୟା ସମାଧାନ ହୋଇ ପ୍ରକଳ୍ପ ଲୋକାର୍ପଣ ହେବା ପରେ ହରିରାଜପୁର ପଂଚାୟତରେ ପାନୀୟ ଜଳ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିଛି ବୋଲି ବିଧାୟକ ପ୍ରକାଶ କରିଥିଲେ । ଉକ୍ତ ସଭାରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଡମପଡା ବ୍ଲକ ଅଧକ୍ଷ ଶ୍ରୀ ପାତ୍ର, ଡମପଡା ବ୍ଲକ ସଭାପତି ଅସିତ ଜେନା, ସରପଞ୍ଚ ଦେବସ୍ମିତା ସେଠି ଅତିଥି ଭାବେ ଯୋଗ ଦେଇଥିଲେ । ଡମପଡା ବ୍ଲକ ବିଜେଡି ସେଲର କମକର୍ତ୍ତା ବିଭୁପ୍ରସାଦ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସରପଞ୍ଚ ପ୍ରତିନିଧି ପରମାନନ୍ଦ ସେଠି ଓ ନାଏବ ସରପଞ୍ଚ ରମେଶ ଚନ୍ଦ୍ର ପରିଡା ଏବଂ ଶିକ୍ଷକ ନାରାୟଣ ବାରିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here