କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକାଦାନ କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କରୋନା ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି . ପ୍ରଥମ ଦିନରେ ୯୨ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଟୀକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ପ୍ରଥମ କରୋନା ଟୀକା ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ ନେଇଥିଲେ ।

ବେଣ୍ଟକାର-୪୨ ମୌଜ଼ା ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ବସନ୍ତ କୁମାର ସାହୁ, ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି, ସ୍ୱାସ୍ଥ୍ୟ ପରିଦର୍ଶକ ନିଗମାନନ୍ଦ ମହାନ୍ତି, ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ, ସ୍ୱାସ୍ଥ୍ୟକର୍ମୀ ଜିନୁଵାଳା ସାମନ୍ତରାୟ, ଶିବାନି ବୋଷ, ଭାରତୀ ଦାଶ, ବେଲାରାଣୀ କୁଅଁର, ରତ୍ନମଞ୍ଜରୀ ଆଚାର୍ଯ୍ୟ, ନିର୍ମଳା ପଣ୍ଡା, ଅଶୋକ ବେହେରା, ପ୍ରତାପ ସେଠୀ, ବିକାଶ ନାୟକ, ଫାର୍ମାସିଷ୍ଟ ଦେବରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *