ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ନୟାଗଡ଼ ପକ୍ଷରୁ ସିଡିଏମଓ ଙ୍କ ସମ୍ମିଳନୀ ଗୃହରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ଶୁଭ ସଙ୍କେତ ପଣ୍ଡା ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟ ମ୍ୟାନେଜର, ଡାଟା ମ୍ୟାନେଜର, ସମସ୍ତ ବ୍ଲକ ର ପ୍ରୋଗ୍ରାମ ମ୍ୟାନେଜର, ଡାଟା ମ୍ୟାନେଜର ଙ୍କ ସମେତ ଗ୍ରାମିଣ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ସଂଘ ପକ୍ଷରୁ ପୁର୍ବରୁ ପାଞ୍ଚ ଦଫା ଦାବି ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୋୖଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ୱାସ୍ଥ୍ୟ ମିଶନ କର୍ମଚାରୀ । ସରକାର ସେମାନଙ୍କ ଦାବି ଉପରେ କୈାଣସି ପଦକ୍ଷେପ ନ ନେଉଥିବାରୁ ସେମାନେ ସରକାରଙ୍କର କୈାଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ସଂଘର କର୍ମଚାରୀ ଏବଂ ସଭାପତି ପ୍ରକାଶ କରିଛନ୍ତି ।