୧୬ ନମ୍ବର ଜାତୀୟ ରାଜପଥ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଖେଳ ପଡ଼ିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର . ପରିପାର୍ଶ୍ଵିକ ସ୍ଥିତିକୁ ଦେଖି ହତ୍ୟା ସନ୍ଦେହ । ମୃତକ ଜଣଙ୍କ ରଣପୁର ଥାନା ଭେରୁପଡା ଗ୍ରାମର ରଞ୍ଜନ ବୋଲି ପ୍ରାଥମିକ ତଦନ୍ତ ପରେ ଜଣାପଡିଛି । ପୋଲିସ ସୂଚନା ଅନୁସାରେ ରଣପୁର ର ରାଜେଶ କୁମାର ପରିଡା ଓ ରଞ୍ଜନ ଏକ ପଲସର ବାଇକ ଯୋଗେ ଜଙ୍କିଆ ପଟୁ ଗୋଳବାଇ ଆଡକୁ ଯାଉଥିବା ବେଳେ ରଞ୍ଜନର ମୃତଦେହକୁ ଜାତୀୟ ରାଜପଥ ଉପରେ ପକାଇ ଦେଇ ରାଜେଶ ଦୁର୍ଘଟଣା ହୋଇଥିବା ଅଭିନୟ କରି ରାସ୍ତା କଡରେ ବସି ରହିଥିଲେ । ଘଟଣା ସ୍ଥଳରେ ମୃତକ ଜଣଙ୍କର ପଛପଟ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହଣାଯାଇଛି ବୋଲି ସନ୍ଦେହରେ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା । ପୋଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ମୋଟର ସାଇକେଲ ଜବତ କରି ରାଜେଶ କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *