ବିଶିଷ୍ଟ କଣ୍ଠଶିଳ୍ପୀ କୁନାବାବୁ ହଳଧରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ।

Spread the love

ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଶିଷ୍ଟ କଣ୍ଠଶିଳ୍ପୀ କୁନାବାବୁ ହଳଧରଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ଜାତୀୟ ସ୍ତରରେ କଣ୍ଠ ସଙ୍ଗୀତ ପ୍ରତିଯୋଗୀତା ରେ ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଗଜପତି ଜିଲ୍ଳାପାଇଁ ଗୌରବ ଆଣିଛନ୍ତି ବିଶିଷ୍ଟ କଣ୍ଠ ଶିଳ୍ପୀ କୁନାବାବୁ ହଳଧର । ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱ ଏବଂ ତନୁଜା ଶତପଥୀଙ୍କ ଆବାହକତ୍ଵ ରେ ଅନୁଷ୍ଠିତ ଗଜପତି ଶିଳ୍ପୀ ସମାହରରେ ଉଦ୍ଘାଟକ ଭାବେ ଯଶୋଦା ନନ୍ଦନ ଦାସ ମହନ୍ତ ମହାରାଜ, ମୁଖ୍ୟଅତିଥି ଭାବଡ଼ ରାମାନନ୍ଦ ଦାସ ମହନ୍ତ ମହାରାଜ, ପଣ୍ଡିତ ନରସିଂହ ଗୌଡ଼, ଗୁରୁ ନୃସିଂହ ପ୍ରସାଦ ପାଢ଼ୀ ଯୋଗଦେଇ ପାରଳାର ସାଂସ୍କୃତିକ ପ୍ରାଣଶକ୍ତି ସଦାସର୍ବଦା ଉଜିବିତ ରହିଛି ଏବଂ ଯୁବପୀଢ଼ି ଏଇ ସ୍ୱାଭିମାନକୁ ବଞ୍ଚାଇ ରଖିବା ପାଇଁ ଉପସ୍ଥିତ ଅତିଥି ମାନେ କହିଥିଲେ।

ଏହି ଅବସରରେ ପାରଳl ତଥା ଗଜପତିର ୪୦ଗୋଟି ଅନୁଷ୍ଠାନ କଣ୍ଠଶିଳ୍ପୀ ହଳଧରଙ୍କୁ ସମ୍ବର୍ଦ୍ଧନା , ଉପଢୌକନ, ମାନପତ୍ର, ମୋମେଣ୍ଟ, ପୁଷ୍ପଗୁଛ ପ୍ରଦାନ କରିଥିଲେ । ପ୍ରଥମେ ଅନୁଶ୍ରୀ ପଟନାୟକ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିବା ବେଳେ ମୁରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁ ଡି. ପ୍ରିୟାଙ୍କାଙ୍କ ଛାତ୍ରୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଏକ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *