ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର ଜଣାଶୁଣା ଗଣମାଧ୍ୟମ ପ୍ରତିନିଧି ଗଙ୍ଗାଧର ରାଉତ ଙ୍କ ପିତା ମଦନ ରାଉତ (୮୮) ଙ୍କର ମଙ୍ଗଳବାର ପ୍ରାତଃ ସମୟରେ ମୃତ୍ୟୁ ଘଟିଛି । ସ୍ବର୍ଗତ ରାଉତ ସରକାରୀ ଚାକିରୀ ରୁ ଅବସର ନେବା ପରେ ବିଭୁ ଚିନ୍ତନ ଏବଂ ଭାଗବତ କାର୍ଯ୍ୟରେ ନିଜକୁ ସାମିଲ କରି ଆସୁଥିଲେ । ତାଙ୍କର ତିନି ପୁଅ, ତିନି ଝିଅ ,ନାତି ନାତୁଣୀ ତିନି ଜ୍ୱାଇଁ ଅଛନ୍ତି । ମୃତ୍ୟୁ ସମୟରେ ତାଙ୍କ ତିନି ପୁଅ ଗଙ୍ଗାଧର, ଦିଲୀପ ଓ ପ୍ରତାପ ତାଙ୍କ ପାଖରେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ରେ ଅମାଲପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ କୁଞ୍ଜକାନ୍ତ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।
ସାମ୍ବାଦିକ ଙ୍କ ପିତୃ ବିୟୋଗ !!!

