ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜନ୍ମଦିନ ରେ ଯୁବ ଇଞ୍ଜିନିୟର ଙ୍କ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ . ପାରଳାଖେମୁଣ୍ଡିର କବିଚନ୍ଦ୍ର ସାହି ର ଯୁବ ଇଞ୍ଜିନିୟର ବାସ୍ତବ ଦାସ ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି , ଜନ୍ମଦିନ ରେ ପାରଳାଖେମୁଣ୍ଡି ର ଐତିହାସିକ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲୁଥିବା ରୁ ସ୍ଵଇଛା ରେ ୫୫୫୫ ( ପାଞ୍ଚ ହଜାର ପାଞ୍ଚଶହ ପଞ୍ଚାବନ ଟଙ୍କା) ମନ୍ଦିର ନିକଟକୁ ଆସି ପ୍ରଦାନ କରିଛନ୍ତି .

ବାସ୍ତବ ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟର ଡିଗ୍ରୀ ହାସଲ ପରେ ପ୍ରାୟତଃ ଚାକିରି କରି ବାହାରେ ରହୁଥିଲେ, ଏବେ କରୋନା ପାଇଁ ଘରେ ରହି କାମ କରୁଥିବା ଯୋଗୁ ଚଳିତ ବର୍ଷ ଜନ୍ମଦିନକୁ ସେ ପାରଳା ଜଗନ୍ନାଥ ମନ୍ଦିରରେ ପାଳନ କରିଛନ୍ତି , ବାସ୍ତବଙ୍କ ଏହି ନିଆରା ଢଙ୍ଗ ରେ ଜନ୍ମଦିନ ପାଳନ ପାଇଁ ଓ ଜଗନ୍ନାଥ ମନ୍ଦିରର ନିର୍ମାଣ ରେ ସହଭାଗିତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରଯାଇଛି .

