ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଗୁଳ ସମେତ ୨୨ଟି ଜିଲ୍ଲାରେ ଅତ୍ୟାଧୁନିକ ୫୫ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଅନୁଗୁଳ ଜିଲ୍ଲାର କଣିହାଁ ଓ ପାଳଲହଡା ଠାରେ ୨ଟି ବସଷ୍ଟାଣ୍ଡ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନକୁ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ଏହି ବସଷ୍ଟାଣ୍ଡରେ ପାଠାଗାର, ଶୌଚାଳୟ, ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟବସ୍ଥିତ ଭାବେ ୨ ଚକିଆ ଓ ୪ ଚକିଆ ଯାନର ପାର୍କିଂ ବ୍ୟବସ୍ଥା କରାଯିବ । ଏହାଛଡା ଯାତ୍ରୀ ବିଶ୍ରାମଗାର, ପାନୀୟ ଜଳ ଓ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସେଡ୍ ନିର୍ମାଣ କରାଯିବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ କୁମାର ପାଳ, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ସନ୍ତୋଷ କୁମାର ପ୍ରଧାନ, ଡେପୁଟି କଲେକ୍ଟର ବଇତୁରା ଦିପ୍ , ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହାର, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଅନୁଗୁଳ ସମେତ ରାଜ୍ୟର ୨୨ ଟି ଜିଲ୍ଲାରେ ଅତ୍ୟାଧୁନିକ ୫୫ ଟି ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ !!!

