ଦୀର୍ଘ ସ୍ଥାୟୀ ଔଷଧ ଉପଚାରିତ ମସାରୀ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବି.ସୀତାପୁର ଗ୍ରାମରେ ଦୀର୍ଘ ସ୍ଥାୟୀ ଔଷଧ ଉପଚାରିତ ମସାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା, ସହକାରୀ ସ୍ୱାସ୍ଥ୍ୟ କର୍ମୀ ରଞ୍ଜିତ ଜେନା, ୱାର୍ଡ ସଭ୍ୟା ଲିଳାବତୀ ଭୁକ୍ତା ଉପସ୍ଥିତ ରହି ମସାରୀ ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀ କେ.ଜୟଲକ୍ଷ୍ମୀ ସହଯୋଗ କରିଥିଲେ । ଗ୍ରାମର ଏନ.ଜଗନ୍ନାଥ, ମନୋଜ ପଣ୍ଡା, ସତ୍ୟ ନାରାୟଣ ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହି ଭଳି କେରାଣ୍ଡି ପଞ୍ଚାୟତ ର ପୁରୁଣା କେରାଣ୍ଡି ଗ୍ରାମରେ ହିତାଧିକାରୀ ମାନଙ୍କୁ ମସାରୀ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଅନିତା ପଣ୍ଡା ଓ ସଂଯୁକ୍ତା ବିଶ୍ୱାଳ ,ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ ଅପୂର୍ବ ବରାଡ଼, ଆଶା କର୍ମୀ ସଂଯୁକ୍ତା ବରାଡ଼, ଅଙ୍ଗନବାଡ଼ି ହେଲ୍ପର ଚଞ୍ଚଳ। ପ୍ରଧାନ, ଟି. ଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ରହି ମସାରୀ ବଣ୍ଟନ କରିଥିଲେ । ମସାରୀ ପାଇ ଗ୍ରାମ ବାସୀ ଖୁସି ବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *