ସମ୍ପାଦକଙ୍କ ମନମାନି କୁ ନେଇ ତାତିଲେ ଚାଷୀ

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ ତୁଳସୀପୁର ସେବା ସମବାୟ ସମିତି ସମ୍ପାଦକ ଙ୍କ ମନମାନି ଓ ପଞ୍ଜିକୃତ ଚାଷୀଙ୍କୁ ସମ୍ପାଦକଙ୍କ ଅସଦାଚରଣ କୁ ବିରୋଧ କରି ସମ୍ପାଦକଙ୍କ ବହିଷ୍କାର ଦାବି କରି ତାତିଲେ ଚାଷୀ. ସେପଟେ ସହକାରୀ ନିବନ୍ଧକ ଙ୍କୁ ଭେଟି ଚାଷୀଙ୍କ ପକ୍ଷରୁ ଦିଆଗଲା ଲିଖିତ ଦାବିପତ୍ର. ତୁରନ୍ତ କାର୍ଯ୍ୟରତ ସମ୍ପାଦକଙ୍କ ବହିଷ୍କାର ସହିତ ପଞ୍ଜିକୃତ ଚାଷୀଙ୍କ ଧାନ ମଣ୍ଡିରେ ଧାନ କିଣିବା ପାଇଁ ଚାଷୀ ସହକାରୀ ନିବନ୍ଧକଙ୍କ ନିକଟରେ ଦେଲେ ଲିଖିତ ଦାବିପତ୍ର . ସେପଟେ ସହକାରୀ ନିବନ୍ଧକ ସରୋଜକାନ୍ତ ଜେନା କହିଛନ୍ତି ଆଗାମୀ ୭ ଦିନ ମଧ୍ୟରେ ଏ ସବୁ ସମସ୍ୟାର ସମାଧାନ କରାଯିବା ସହିତ ଚାଷୀଙ୍କ ଧାନ କିଭଳି ମଣ୍ଡିରେ କିଣାଯିବ ସେ ଦିଗରେ ପଦକ୍ଷେପ ନିଆଯିବ . ଅପର ପଟେ ଚାଷୀଙ୍କ ଚେତାବନୀ – ଯଦି ୭ ଦିନ ମଧ୍ୟରେ ସମିତି ସମ୍ପାଦକ ଙ୍କ ଉପରେ କୌଣସି ଠୋସ ପଦକ୍ଷେପ ନିଆ ନ ଯାଏ ତେବେ ଚାଷୀମାନେ ଆନ୍ଦୋଳନ ର ପନ୍ଥା ଆପଣେଇବେ .

Leave a Reply

Your email address will not be published. Required fields are marked *