ଛଟେଇ କମ୍ପୁଟର ଶିକ୍ଷକ ମାନଙ୍କର ପୁନଃ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର !!

0
207

ଢ଼େଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମାନଙ୍କରୁ ଛଟେଇ ହୋଇଥିବା କମ୍ପୁଟର ଶିକ୍ଷକ ମାନେ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ସେମାନଙ୍କର ପୁନଃ ନିଯୁକ୍ତି ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଢେଙ୍କାନାଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କମ କରୁଥିବା ପ୍ରାୟ 140 ଶିକ୍ଷକଙ୍କୁ ସରକାର ଛଟେଇ କରିଥିବା ପ୍ରତିବାଦରେ ଏକ ରାଲି ଢେଙ୍କାନାଳ ସହର ର ବସଷ୍ଟାଣ୍ଡ ପାଖରେ ଥିବା DEO ଅଫିସ ଠାରେ ପହଞ୍ଚିଥିଲା । ବର୍ତମାନ ସମୟରେ ସରକାର 5T କୁ ଗୋଟିଏ ପାଖରେ ଗୁରୁତ୍ୱ ଦେଉଥିବା ସମୟରେ, ଅନ୍ୟପାଖରେ କମ୍ପୁଟର ଶିକ୍ଷକ ମାନଙ୍କୁ ଛଟେଇ କରିବା ଘଟଣା ବଡ ଦୁର୍ଭାଗ୍ୟଜନକ ବୋଲି ସଂଘ ସଭାପତି ପଞ୍ଚାନନ ମହାପାତ୍ର ମତ ରଖିଛନ୍ତି । ଏହି ଛଟେଇ ସମ୍ବନ୍ଧୀୟ ଘଟଣାଟି ସଂଘ ବାରମ୍ବାର ବିଭାଗୀୟ ଅଧିକାରୀ, ମନ୍ତ୍ରୀ ଙ୍କୁ ଜଣାଇଲେ ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳୁନାହିଁ, ଯାହା ଦ୍ୱାରାକି ସମଗ୍ର ଓଡିଶା ରେ ଏବେ 4000 କମ୍ପୁଟର ଶିକ୍ଷକଙ୍କ ପରିବାର ଅନ୍ଧାରରେ କାଳାତିପାତ କରୁଛନ୍ତି । ଆଜି ସଂଘ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବା ସହ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବିହିତ ପଦକ୍ଷେପ ନେବାକୁ ସଂଘ ଅନୁରୋଧ କରିଛି ।

LEAVE A REPLY

Please enter your comment!
Please enter your name here