ସାଇବର ଅପରାଧ ସଚେତନତା କର୍ମଶାଳା !

0
221

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସ୍ଥାନୀୟ ଆରବନ ପଡିଆ ଠାରେ ସାଇବର ଅପରାଧ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କର୍ମଶାଳାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦକ ସଚିବ ବ୍ୟୋମକେଶ ନାୟକ ଯୋଗଦେଇ ରିବନ କାଟି ଶୁଭ ଉଦଘାଟନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଯୋଗ ଦେଇଥିଲେ ।

ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା . ସମସ୍ତ ଅତିଥିମାନେ ନିଜର ମତବ୍ୟକ୍ତରେ ସାଇବର ଅପରାଧ ବିଷୟରେ ସଚେତନ ହେଲେ ସାଇବର ଅପରାଧକୁ ରୋକାଯାଇ ପାରିବ ବୋଲି କହିଥିଲେ । କିପରି ଅପରାଧୀମାନେ ଫେସବୁକ ହାକ କରି ଫେକ ଆଇଡି କରି ଲୋକଙ୍କ ସହ ବନ୍ଧୁତା କରି ବିଭିନ୍ନ ଆଳ ଦେଖାଇ ପଇସା ଲୁଟୁଛନ୍ତି । ତେଣୁ ନିଜର ପାସୱାଡ଼ ଓ ମୋବାଇଲ ନମ୍ବର ଗୋପନୀୟ ରଖିବା ପାଇଁ ମତ ପ୍ରକାଶ କରିଥିଲେ । ଗୁଗୁଲ ପେ, ଫୋନ ପେ ମାଧ୍ୟମରେ ପଇସା ମାଗିଥାନ୍ତି ଅପରାଧୀ । ଏଥି ପ୍ରତି ଦୂରେଇ ରହିବା ଓ ସଜାଗ ରହିବା ଆବଶ୍ୟକ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମ ସାଇବର ନିର୍ଦ୍ଦେଶକ ସଞ୍ଜୟ କୁମାର ପାଢୀଙ୍କ ତତ୍ୱାବଧାନରେ ହୋଇଥିଲା । ପରେ ସଂସ୍କୃତିକ କାର୍ଯ୍ୟକ୍ରମ ପଦାବୃତ୍ତ ନୃତ୍ୟାୟନ, ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର, ଜୟ ଜଗନ୍ନାଥ ନାଟ୍ୟସଂସ୍ଥା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ . ଏହି କାର୍ଯ୍ୟକ୍ରମ ସଚେତନତା ସକାଶେ କିଛି ଦିନ ଚାଲୁ ରହିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here