ଉତ୍କଳ ବିକାଶ ପରିଷଦ ପକ୍ଷରୁ “ସାରସ୍ୱତ ପ୍ରତିଭା ସମ୍ମାନ ମହୋତ୍ସବ – ୨୦୨୧

Spread the love

କଟକ ( ଆୱାଜ ମିଡିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ ” ତରଫରୁ ଆୟୋଜିତ ହେବାକୁ ଯାଉଛି ସାରସ୍ୱତ ପ୍ରତିଭା ସମ୍ମାନ ମହୋତ୍ସବ – ୨୦୨୧ । କଟକ ସଦର ବ୍ଲକ ଵୟାଳିଶମୌଜା ଉପକଣ୍ଠ ଐତିହାସିକ ବଳିବାମନ ପୀଠରେ ୧୪ ଫେବୃଆରୀରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବା ପାଇଁ ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ସହୀଦ ବର୍ଗଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ଅବସରରେ ସାହିତ୍ୟସଭା, ଆଲୋଚନା ଚକ୍ର, ପତ୍ର ପତ୍ରିକା ଉନ୍ମୋଚନ, ୧୫୦ ଜଣ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ମେଧା ଛାତ୍ରଛାତ୍ରୀ ,ସାମ୍ବାଦିକ, କବି, ସାହିତ୍ୟସାଧକ, ସମାଜସେବୀ, ସାମାଜିକ ସଂଗଠନ, ସଂକୀର୍ତ୍ତନ ମଣ୍ଡଳୀ, ରକ୍ତଦାତା, କୃଷକ, କୃଷି ବିଜ୍ଞାନୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଏହି ମହାପର୍ବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମ୍ମାନୀତ ବରେଣ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଗାମୀ ଦିନ ମାନଙ୍କରେ ପରିଷଦ ପକ୍ଷରୁ ଅନନ୍ୟ ସେଵା କାର୍ଯ୍ୟକ୍ରମ ଜାରି ରଖିବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତ୍ତା ଏବଂ ସାଧାରଣରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *