ଦଶପଲ୍ଲା ୟୁକୋ ବ୍ୟାଙ୍କ ଶାଖା ପରିଚାଳକଙ୍କ ଉଦ୍ଧତ ପଣିଆ : କୋଭିଡ କଟକଣାକୁ ଖୋଲା ଉଲ୍ଲଙ୍ଘନ !!!

0
1690

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଲାଗୁ କରିଛନ୍ତି କଡା କଟକଣା । ସମଗ୍ର ରାଜ୍ୟରେ ଲକ ଡାଉନ ନିୟମ ବଳବତ୍ତର ରହିଥିବା ସମୟରେ ବିଭିନ୍ନ ସ୍କୁଲ କଲେଜ ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବନ୍ଦ ଆଦେଶ ଦିଆଯାଇଛି । ଜରୁରୀକାଳୀନ ସେବା ପ୍ରଦାନକାରୀ କେତେକ ସଂସ୍ଥା ଖୋଲୁଥିଲେ ବି କୋଭିଡ ଗାଇଡ଼ ପାଳନକୁ ଦିଆଯାଉଛି ଗୁରୁତ୍ୱ । ତେବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଦଶପଲ୍ଲା ୟୁକୋ ବ୍ୟାଙ୍କ ଶାଖାରେ । ବ୍ୟାଙ୍କ ପରିସରରେ କୋଭିଡ ନିୟମ ର ଉଲଂଘନ ହେଉଥିବା ଖବର ପାଇ ଏ ସଂକ୍ରାନ୍ତରେ ଶାଖା ପରିଚାଳକଙ୍କୁ ପଚାରିବା ସହ ଖବର ସଂଗ୍ରହ ସମୟରେ ୟୁକୋ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସାମ୍ବାଦିକଙ୍କୁ ଓଲଟା ଦୁର୍ବ୍ୟବହାର ଦେଖାଇଥିବାର ଅଭିଯୋଗ ଆସିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ୟୁକୋ ବ୍ୟାଙ୍କ ମଧ୍ୟରେ ବ୍ରାଞ୍ଚ ମ୍ୟାନେଜର ଖବର ସଂଗ୍ରହରେ ସହଯୋଗ କରିବା ପରିବର୍ତ୍ତେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏପରିକି , ” ମୋ ଇଚ୍ଛା ମୁଁ ଯାହା କରିବି ତୁମେ ବ୍ୟାଙ୍କ ରେ କିଛି ରିପୋର୍ଟ ସଂଗ୍ରହ କରି ପାରିବ ନାହିଁ । ମୁଁ ସାମ୍ବାଦିକ ଫାମ୍ବାଦିକ କିଛି ଜାଣି ନାହିଁ । ମୋର ବି ସାମ୍ବାଦିକ ଚିହ୍ନା ଅଛନ୍ତି । ତୁମକୁ ଥାନା ରେ ଦେବି ” କହି ଧମକାଇ ଥିଲେ ବ୍ରାଞ୍ଚ ମ୍ୟାନେଜର । ବ୍ୟାଙ୍କ ମଧ୍ୟରେ କୋଭିଡ ଗାଇଡ଼ ଲାଇନ ର ଖୋଲା ଉଲ୍ଲଙ୍ଗନ ହେଉଥିବା ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯିବାରୁ ହଡ଼ବଡେ଼ଇ ଯାଇ ଏପରି ଉଦ୍ଧତ ବ୍ୟବହାର କରିଥିବା କଥା ପ୍ରକାଶ ପାଇଛି । ଜଣେ କାର୍ଯରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଅଛି । ତେବେ ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ କରି ବ୍ରାଞ୍ଚ ମ୍ୟାନେଜର ଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ସାଧାରଣ ରେ ଦାବି ହେଉଅଛି ।

LEAVE A REPLY

Please enter your comment!
Please enter your name here