ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା କବଳରୁ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଚେଷ୍ଟା ଚଳାଇଛନ୍ତି । 2021 ମସିହାର ଆଜିର ଦିନରେ ମଧ୍ୟ ଏ ମହାମାରୀ ଗାଁ ଗହଳିରେ ଅଧିକ ସଂକ୍ରମିତ ହେଉଛି । ସେଥିପାଇଁ କଣିହାଁ ବ୍ଲକର ମସୁଣିହତା, ଭୂମିପୁର ଗ୍ରାମରେ ବିଶ୍ୱମ୍ବର ସାହୁ ଙ୍କ ଅଧ୍ୟକ୍ଷତାରେ ଘରେ ଘରେ ମାସ୍କ ବଣ୍ଟନ କରାଯାଇଛି ।
ଗାଆଁ ର ସମସ୍ତ ଲୋକଙ୍କୁ ମହାମାରୀର ଭୟାବହତା ସମ୍ପର୍କରେ ବୁଝାଇବା ସହିତ ସଚେତନ କରାଇଛନ୍ତି ଧିରେନ୍ ସାହୁ , ସାଧୁଚରଣ ସାହୁ, ରଞ୍ଜନ ପାଣି, ପ୍ରମୋଦ ସାହୁ । ବିଜେଡି ର ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଏଭଳି କାର୍ଯ୍ୟକ୍ରମ ବାସ୍ତବିକ ପ୍ରଶଂସନୀୟ । ସାଧାରଣ ଲୋକଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ସତର୍କତାର ସାଧନ ବଣ୍ଟନ ମହାମାରୀ ସଂକ୍ରମଣ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି .