ବିରଳ ପ୍ରଜାତିର ବିଷଧର ସାପ ଉଦ୍ଧାର

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ମହାବିଦ୍ୟାଳୟ ପଛପାଖ ପଡ଼ିଆରୁ ବିରଳ ପ୍ରଜାଜିତର ୧ ଫୁଟ ଲମ୍ବର ବିଷଧର ହିମୋଟୋକ୍ସଇନ ସାପ ଉଦ୍ଧାର । ସ୍ଥାନୀୟ ଲୋକେ ଏହି ସାପଟିକୁ ଦେଖିବା ପରେ ସୁକିନ୍ଦାର ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟାଜିତ ବେହୁରା ଙ୍କୁ ଯୋଗାଯୋଗ କରିଥିଲେ . ସୌମ୍ୟଜିତ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗ ସହଯୋଗରେ ପାଖ ଜଙ୍ଗଲରେ ଛାଡି ଦେଇଥିଲେ . ପ୍ରଶିକ୍ଷିତ ସାପ ଧରାଳୀଙ୍କ ସୂଚନା ମୁତାବକ ଏହି ସାପ ଟି ଦେଶର ବିଷଧର ସାପ ମଧ୍ୟରେ 10 ନମ୍ବର ମଧ୍ୟରେ ଆସିଥାଏ । ଏହା ବହୁତ ବିଷାକ୍ତ ଅଟେ ଏବଂ ଏହି ସାପ ବାଲି ସ୍ଥାନରେ ରହିବାକୁ ବହୁତ ପସନ୍ଦ କରିଥାଏ . ଏହି ପ୍ରଜାତିର ସାପ ଯାହାକୁ କାମୁଡିବ କେହିବି ବଞ୍ଚିବା ଅସମ୍ଭବ ବୋଲି ସୂଚନା ଦେଇଛନ୍ତି ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ବେହୁରା ।

Leave a Reply

Your email address will not be published. Required fields are marked *