ବି.ସି. ହାଇସ୍କୁଲରେ ମାତୃଭାଷା ଦିବସ ପାଳିତ !

0
250

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ । ଆଉ ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି, ସେ ରାଜ୍ୟ ସେତେ ଉନ୍ନତ l ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି l
ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି :-
ମାତୃଭୂମି ମାତୃଭାଷାରେ ମମତା,
ଯା’ ହୃଦେ ଜନମି ନାହିଁ।
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?

ଆମ ମାତୃଭାଷାର ଟେକ ରଖିବା ପ୍ରତିଟି ଓଡ଼ିଆର କର୍ତ୍ତବ୍ୟ l ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି ସେ ରାଜ୍ୟ ସେତେ ଉନ୍ନତ । ତେବେ ଅତ୍ୟନ୍ତ ଦୁଃଖର ବିଷୟ, ବର୍ତ୍ତମାନର ନୂଆ ପିଢି ବିଶେଷ କରି ଯୁବପିଢି ନିଜ ମାତୃଭାଷାଠୁ ବିମୁଖ ହେଉଛନ୍ତି । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି ଓଡିଆ ଶିଖିବେ, ପଢିବେ ଏବଂ ଲେଖିବେ ସେଥିପ୍ରତି ଗୁରୁତ୍ୱ ଦେବେ ସେ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ଓ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ଆଲୋଚନା କରିଥିଲେ l ନିଜର ମାତୃଭାଷା ସବୁବେଳେ ବ୍ୟକ୍ତିର ପରିଚୟକୁ ବହନ କରିଥାଏ ବୋଲି ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ କହିଥିଲେ l ଯେମିତି ଆମେ ନିଜେ ନ ଚାହିଁଲେ କେହି ଆମକୁ ରକ୍ଷା କରିପାରିବେ ନାହିଁ କି ନିଜେ ନ ଚାହିଁଲେ କେହି ଆମକୁ ନଷ୍ଟ କରି ପାରିବେ ନାହିଁ, ଠିକ୍‌ ସେମିତି ମାତୃଭାଷା ବଞ୍ଚାଇ ରଖିବା ଏବଂ ଏହାର ଉନ୍ନତି କରିବା ବି ଆମ ଉପରେ ନିର୍ଭର କରେ ବୋଲି ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାସ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ !!!

LEAVE A REPLY

Please enter your comment!
Please enter your name here