ଜଙ୍ଗଲ ନିଆଁ ପ୍ରତିରୋଧ ସଚେତେନତା ଶିବିର !

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନାଞ୍ଚଳ ଏବଂ କଟକ ବନଖଣ୍ଡ ଅଧୀନରେ ନଗଡା ନିକଟସ୍ଥ ଦେଓଗାଁ ଅଶୋକଝର ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିର ସୁକିନ୍ଦା ବନାଞ୍ଚଳ ଅଧିକାରୀ ବିପିନ ବିହାରୀ ରାଉତରାୟ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଯାଜପୁର ଜିଲ୍ଲା ସବୁଜ ବାହିନୀ ସଭାପତି ବିଜୟ କୁମାର ସାହୁ, ସହକାରୀ ବନ ସଂରକ୍ଷକ କଟକ ବନଖଣ୍ଡ ଶରତ କୁମାର ସାହୁ ଏବଂ ବିଶିଷ୍ଠ ସାମ୍ବାଦିକ ତଥା ସମାଜସେବି ରବିନାରାୟଣ କର ଯୋଗଦେଇ ଜଙ୍ଗଲରେ ବିଭିନ୍ନ କାରଣରୁ ନିଆଁ ଲାଗିବା ଏବଂ ଏହାର କ୍ଷୟକ୍ଷତି ବିଷୟରେ ଆଲୋଚନା କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଜଙ୍ଗଲରେ ନିଆଁ ଲାଗିଲେ ମନୁଷ୍ୟ ତଥା ପ୍ରକୃତିର କି କି କ୍ଷତି ହୁଏ ଏହି ସଚେତନତା ଶିବିରର ମୁଖ୍ୟ ଅତିଥି ଶରତ କୁମାର ସାହୁ ଶିବିରରେ ଯୋଗଦେଇଥିବା ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *