ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ ପାଇଁ ତାତିଲେ ସ୍ଥାନୀୟ ଲୋକେ !!!

0
184

Loading

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାସ୍ତା ନିର୍ମାଣ ରେ ଅହେତୁକ ବିଳମ୍ବ ହେତୁ ତାତିଲେ ସ୍ଥାନୀୟ ବାସିନ୍ଦା । କଟକ ସମ୍ବଲପୁର ୫୫ ନମ୍ୱର ଜାତୀୟ ରାଜପଥ ନିର୍ମାଣ ରେ ବିଳମ୍ବ ହେତୁ ଆଜି ଢେଙ୍କାନାଳ କଣ୍ଟାନାଳୀ ବାଇପାସ୍ ନିକଟରେ ସ୍ଥାନୀୟ ଲୋକ ରାଜପଥ ଅବରୋଧ କେରିଥିଲେ । ଫଳରେ ରାଜପଥର ଦୁଇ ପାର୍ଶ୍ଵରେ ଅଧ ଘଣ୍ଟା ଧରି ଶହ ଶହ ଗାଡି ଅଟକି ରହିଥିଲା । ରାସ୍ତା କାମ ବିଳମ୍ବ ହେଉଥିବାରୁ ମାତ୍ରାଧିକ ଧୂଳି ଉଡିବା ଓ ଠିକା ସଂସ୍ଥା ଠିକ୍ ଭାବରେ ଧୂଳି ନ ଉଡ଼ିବା ପାଇଁ ପାଣି ପକାଉ ନଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ରାସ୍ତା ର ଗୋଟିଏ ପାର୍ଶ୍ଵ ପକା କରିବା ପାଇଁ ଦାବି କରିଥିଲେ ସ୍ଥାନୀୟ ବାସିନ୍ଦା । ପରେ ଟାଉନ ପୋଲିସ ପହଞ୍ଚି ଠିକା ସଂସ୍ଥା ଉପସ୍ଥିତିରେ ବୁଝା ସୁଝା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ଓ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here