ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ କୋର୍ଟ ଛକରେ ଥିବା ମା’ ଜେନାଦେବୀଙ୍କର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ କଳସ ଯାତ୍ରା କରାଯାଇ ଦିନ 11 ଟା ବେଳେ ମା’ଙ୍କୁ ଚୁଆ, ଅଗୁର, ଗୋଲାପ ଜଳରେ ମାଜଣା କରାଯିବା ପରେ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରା ଯାଇଥିଲା । ପୁଷ୍ପରେ ମା’ ଙ୍କ ମନ୍ଦିରକୁ ସୁସଜ୍ଜିତ କରାଯିବା ସହ ମା’ ଙ୍କ ଆସ୍ଥାନ କୁ ସୁନ୍ଦର ଭାବରେ ସଜା ଯାଇଥିଲା । ମଧ୍ୟାହ୍ନ ସମୟରେ ହୋମଯଜ୍ଞ ସହ ଭୋଗ ଲାଗି ହୋଇଥିଲା । ସନ୍ଧ୍ୟା ସମୟରେ ମା ‘ଙ୍କର ସାନ୍ଧ୍ୟ ଆଳତି କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ।