ବାଙ୍କୀ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଅବକାରୀ ବିଭାଗ କାର୍ଯ୍ୟାଳୟ ସମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ . ଗତକାଲି ମଦବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ . ତେବେ ସମ୍ପୃକ୍ତ ବ୍ୟକ୍ତି ନିରୀହ ହୋଇଥିବା ସମୟରେ ମା ଚର୍ଚ୍ଚିକାଙ୍କ ମନ୍ଦିର ସେବାସୀ ଅଟେ . ଏହାକୁ ବିରୋଧ କରି କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ସେବାସୀ ମାନେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିବା ସହିତ ନ୍ୟାୟ ପାଇଁ ଧାରଣାରେ ବସି ରହିଥିଲେ . ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଁଚି ସେବାସୀ ମାନଙ୍କୁ ବୁଝାସୁଝା କଲା ପରେ ହଟିଥିଲା ଧାରଣା. ଏବେ ସେବାସୀ ମାନଙ୍କ ପକ୍ଷରୁ ଏକ ଲିଖିତ ଦାବିପତ୍ର ଜିଲ୍ଲା ଅବକାରୀ ଅଧିକ୍ଷକ ଓ ବାଙ୍କୀ ଉପଜିଲ୍ଲାପାଳ ଙ୍କୁ ଦିଆଯାଇଅଛି .

ଅପର ପଟେ ସେବାସୀ ମାନଙ୍କ ପକ୍ଷରୁ ଦାବି ସହ ଅଭିଯୋଗ କରାଯାଇଛି ଯେ , ମଦ ମାଫିଆ ମାନଙ୍କୁ ଅବକାରୀ ବିଭାଗ ଗିରଫ କରିବା ପରିବର୍ତ୍ତେ ମୋଟା ଅଙ୍କର ବଟି ଖାଇ ଧରୁଛି ନିରୀହ ସେବାସୀ ମାନଙ୍କୁ . ଏବେ ବାଙ୍କୀ ସହରରେ ମଦ ବ୍ୟାପକ ପରିମାଣରେ ବିକ୍ରି କରୁଥିବା ମଦ ସମ୍ରାଟ ମାନଙ୍କୁ ପ୍ରଥମେ ଅବକାରୀ ବିଭାଗ ଧରନ୍ତୁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ . ଯଦି ଆଗାମୀ ଦିନରେ ଏହି ଭଳି ଭାବେ ମଦ ମାଫିଆ ସହ ଅବକାରୀ ବିଭାଗ ସାଲିସ କରି ନିରୀହ ସେବାସୀ ମାନଙ୍କୁ ହଇରାଣ କରନ୍ତି ତେବେ ବାଧ୍ୟହୋଇ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ତାଲା ପକାଇବା ସହିତ ରାଜରାସ୍ତା ରେ ବସିବେ ବୋଲି ସେବାସୀ ମାନେ ଦେଲେ ଚେତାବନୀ . ସେପଟେ ବାଙ୍କୀ ଅବକାରୀ ବିଭାଗୀୟ ଅଧିକାରୀ ତିଲେସଫର ଲାକ୍ରା କହିଛନ୍ତି ସେବାସୀ ମାନେ ଆଣିଥିବା ଅଭିଯୋଗ ସମ୍ପର୍ଣ୍ଣ ଭିତ୍ତିହୀନ. ଏଥିରେ କୌଣସି ସତ୍ୟତା ନାହିଁ . ଧରାଯାଇଥିବା ବ୍ୟକ୍ତିଙ୍କ ନିକଟରୁ ୮ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି .

Leave a Reply

Your email address will not be published. Required fields are marked *