ପେଟ ପାଇଁ ସବୁ ନାଟ : ଭୋକର ଜ୍ୱାଳା ସହି ନପାରିଲେ ଅଇଁଠା ଗୋଟେଇକି ଖାଏ ଅର୍ଜୁନ !!!

0
208
Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଚାଳଛପର ଗାଁ ମଧୁବନ , ସୁକିନ୍ଦା ପଞ୍ଚାୟତ ମଧୁବନ ଗାଁ ର ଅର୍ଜ୍ଜୁନ ଦେହୁରୀ , ଦୁନିଆରେ ନିଜର ବୋଲି କେହି ନ ଥିଲେବି ବାର୍ଦ୍ଧକ୍ୟ ଅବସ୍ଥାରେ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି ଅର୍ଜ୍ଜୁନ l ବାର୍ଦ୍ଧକ୍ୟ ଓ ବାସହରାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନାରେ ଘର ଯୋଗାଇବାକୁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ସୁକିନ୍ଦା ପଞ୍ଚାୟତ ମଧୁବନ ଗ୍ରାମର ଅର୍ଜ୍ଜୁନ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ , ଏମିତିକି ରାସନ କାର୍ଡ ଯୋଜନାର ଅନେକ ଯୋଜନ ଦୂରରେ ଅର୍ଜ୍ଜୁନ l ପର ପେଜ ତୋରାଣି ପାଲଟିଛି ଜୀବନ ବଞ୍ଚାଇବା ଏକମାତ୍ର ସାହା ଭରସା l ଅର୍ଜ୍ଜୁନ କହନ୍ତି ଭୋକର ଜ୍ୱାଳା ସହି ନପାରିଲେ ଅଇଁଠା ଖାଦ୍ୟ ଗୋଟେଇକି ଖାଆନ୍ତି , ନିଜର ଦୁଃଖ ଅଭାବକୁ ଦୁରେଇବା ପାଇଁ ସ୍ଥାନୀୟ ସରପଞ୍ଚ ଙ୍କ ନିକଟରେ ଗୁହାରି କରିଛନ୍ତି , କିନ୍ତୁ ଗୁହାରି କେହି ଶୁଣି ନାହାନ୍ତି , ଏମିତିକି ମଧୁବନ ଗାଁରେ ପ୍ରାୟତଃ ସମସ୍ତ ଖଟିଖିଆ , ଭୂମିହୀନ ହୋଇଥିବାରୁ କାହାର ସ୍ଥାୟୀ ପଟା ନାହିଁ , ଯାହାଫଳରେ ଆବାସ ଯୋଜନାରୁ ବଞ୍ଚିତ ମଧୁବନ ଗ୍ରାମବାସୀ , ବ୍ଲକ କାର୍ଯ୍ୟାଳୟରେ ଗଡୁଛି ଆବାସ ଯୋଜନାର ଫାଇଲି l ଭୂମିହୀନଙ୍କୁ ପଟା ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି l ଦେଖାଯାଉ, ମଧୁବନ ଗାଁ ରେ କେବେ ପହଞ୍ଚିବ ସରକାରୀ ଯୋଜନା – ଆଉ ଅର୍ଜ୍ଜୁନକୁ ମିଳିବ ମୌଳିକ ଅଧିକାର l

LEAVE A REPLY

Please enter your comment!
Please enter your name here