ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଶ୍ରମିକ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଣିଛନ୍ତି ଆଇନ କାନୁନ . ବିଭିନ୍ନ ସମୟରେ ଶ୍ରମିକ ସଂଗଠନ ତରଫରୁ ଏ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହ ଦାବୀ ଧାରଣା ବିକ୍ଷୋଭ ମଧ୍ୟ କରାଯାଉଛି . ତେବେ ବଦଳିବାରେ ନାଁ ଧରୁନି ସ୍ଥିତି . ବିଶେଷ କରି ଖଣି ଅଞ୍ଚଳ ଏବଂ ଶିଳ୍ପାଂଚଳରେ ଦେଖିବାକୁ ମିଳୁଛି ଏଥିରେ ବ୍ୟତିକ୍ରମ . ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ସାମନାକୁ ଆସିଛି ଏପରି ଦୃଶ୍ୟ .
ନିଜର କାମ ହାସଲ ପାଇଁ ତଥା କମ ଖର୍ଚ୍ଚରେ ପରିବହନ ପାଇଁ ଶ୍ରମିକ ମାନଙ୍କୁ ବିପଦଜନକ ଅବସ୍ଥାରେ ପରିବହନ କରାଯାଉଛି . ମୁଖ୍ୟତଃ ଶ୍ରମିକ ମାନଙ୍କୁ କାମରେ ନିୟୋଜନ କରୁଥିବା ଠିକାଦାର ମାନେ ଶ୍ରମିକ ସୁରକ୍ଷା ଆଇନ କୁ ଫୁ କରିଛନ୍ତି . କେତେକ ସ୍ତରରେ ସରକାରୀ ନିର୍ମାଣ କାମରେ ମଧ୍ୟ ଖୋଲାଖୋଲି ଭାବରେ ଶ୍ରମ ଆଇନ କୁ ଭଙ୍ଗା ଯାଉଥିବାର ଦେଖିବାକୁ ମିଳୁଛି . ମାଲବାହୀ ଗାଡ଼ିରେ ବ୍ୟକ୍ତି ପରିବହନ ପାଇଁ ସଡକ ପରିବହନ ବିଭାଗ ତରଫରୁ କଡା କଟକଣା ଜାରି ପରେବି , ଠିକାଦାର ମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି . ତାଳଚେର ସହର ଉପକଣ୍ଠ ଡେରା ବାଇପାସ ଦେଇ ପ୍ରତ୍ୟହ ବହୁ ମାଲବାହୀ ଗାଡି ଶ୍ରମିକ ମାନଙ୍କୁ ଡ଼ାଲାରେ ବସାଇ ନେଉଥିବାର ଦେଖିବାକୁ ମିଳୁଛି .
ତାଳଚେର ଓ ଏହାର ଆଖପାଖ ଖଣି ଅଞ୍ଚଳରେ ପ୍ରତିଦିନ ଟିପ୍ପର , ଟ୍ରାକ୍ଟର , ଡାଲା ଅଟୋ ରେ ଶ୍ରମିକ ମାନଙ୍କୁ ନେବା ଆଣିବା ହେଉଥିବା ସମ୍ପର୍କରେ ଅନେକ ଥର ଖବର ପ୍ରସାରଣ ହେଲାଣି . ତେବେ ପ୍ରଶାସନ ତରଫରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ସମସ୍ୟା ବରଂ ବଢୁଛି ରୋକ ଲାଗିବାର ନାଁ ଧରୁନି !!!