ପୁଣି ଧାନବିକାକୁ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ !!!

0
331

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପୁଣି ଧାନବିକାକୁ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ !!! ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ ବଡ଼ନାଗେନା ଓ ସାନନାଗେନା ର ଅଧିବାସୀ ମାନେ ଧାନ ବିକ୍ରିକୁ ନେଇ ଅଭିଯୋଗ କରିଛନ୍ତି । ସେମାନଙ୍କର ଅଭିଯୋଗ ଅନୁଯାଇ ସେମାନେ ଧାନ ବିକ୍ରି ନିମନ୍ତେ ତରଭା ଗ୍ରାମରେ ମଣ୍ଡି ହୋଇଥିଲା । ଯେଉଠିକି ଧାନ ବିକ୍ରି ନିମନ୍ତେ ସେମାନେ ଆଗରୁ ରେଜିଷ୍ଟ୍ରସନ କରିବା ସହ ସେମାନଙ୍କୁ ଧାନ ବିକିବାକୁ ଟୋକନ ମଧ୍ୟ ମିଳିଥିଲା । କିନ୍ତୁ ସେମାନେ ଧାନ ବିକ୍ରି କରିବାକୁ ଆଣିବା ବେଳେ ସୋସାଇଟି ସେକ୍ରେଟାରୀ ସେମାନଙ୍କୁ ଟାର୍ଗେଟ ପୁରଣ ହୋଇଯାଇଛି କହି ଫେରାଇ ଦେଇଥିଲେ । ଯାହା ଦ୍ୱାରାକି ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏଥି ସମ୍ବନ୍ଧୀୟ ଅଭିଯୋଗ ନେଇ ଆଜି ବଡ ନାଗେନା ଓ ସାନ ନାଗେନା ବାସୀ ଢେଙ୍କାନାଳର ଜିଲ୍ଲାପାଳ ମହୋଦୟଙ୍କୁ ଭେଟିବାକୁ ଆସିବା ସହ ନିଜର ଅସୁବିଧା ସମ୍ବନ୍ଧରେ ପ୍ରକାଶ କରିଥିଲେ । ଯଥାଶୀଘ୍ର ଜିଲ୍ଲାପାଳ ମହୋଦୟ ଏଥି ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କର ଧାନ ବିକ୍ରି ପାଇଁ ବ୍ୟବସ୍ଥା କରାଇଲେ ଅଂଚଳବାସୀ ଉପକୃତ ହେବେ ବୋଲି ଗ୍ରାମବାସୀ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here