ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ମ୍ୟୁନିସିପାଲଟି ପକ୍ଷରୁ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ସଫେଇ କର୍ମଚାରୀ ମାନଙ୍କର କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଏବଂ ତହସିଲଦାର ଭିକାରୀ ଚନ୍ଦ୍ର ସାହୁ ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ପ୍ରକୃତ କରୋନା ଯୋଦ୍ଧା ର ଆଖ୍ୟା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ଓ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ ଚୟନ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଚୁକ୍ତିନାମା ହେବା ସହ ତିରିଶି ଜଣ ସଫେଇ କର୍ମଚାରୀ ଓ ସ୍ଵଚ୍ଛ ସାଥି ଏବଂ ସ୍ୱଚ୍ଛ ସୁପରଭାଇଜର ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ତେର ଗୋଟି ପରିବାର କୁ ସ୍ୱଚ୍ଛ ଗୃହ ର ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଲକ୍ଷ୍ମୀଧର ମହାପାତ୍ର ପରିଚାଳନା କରିବା ସହ ସଫେଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବା ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

