ମା ଜଙ୍ଗଲେଶ୍ଵରୀ ଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ !!

0
226

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ଛକ ନିକଟରେ ଆଜି ଆନନ୍ଦ ଉଲ୍ଲାସର ସହିତ ସ୍ଥାନୀୟ ରେଞ୍ଜର ଅଫିସରେ ନିର୍ମିତ ହୋଇଥିବା ମା ଜଙ୍ଗଲେଶ୍ଵରୀ ଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ସକାଳ ସାତ ଘଟିକା ସମୟରୁ ନିକଟସ୍ଥ ନଦୀରୁ ରୀତିନୀତି ଅନୁସାରେ କଳସ ପୂଜା ଅର୍ଚ୍ଚନା କରି କଳସ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନଅ ଘଟିକା ସମୟରେ କଳସ ଯାତ୍ରା ଆସି ମନ୍ଦିର ପାଖରେ ପହଞ୍ଚି କଳସ ସ୍ଥାପନ କରାଯାଇ ନାମ ହୋମ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଧ୍ୱନୀ ମଧ୍ୟରେ ମା ଜଙ୍ଗଲେଶ୍ଵରୀ ଙ୍କୁ ନୂତନ ମନ୍ଦିରରେ ସ୍ଥାପନା କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅନେକ ନାମପ୍ରେମୀ ବରିଷ୍ଠ ନାଗରିକ, ମହିଳା ଏବଂ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆନନ୍ଦ ଉଲ୍ଲାସ ଆଧ୍ୟାତ୍ମିକ ପରିବେଶରେ ମହା ସମାରୋହରେ ମା’ଙ୍କ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here