କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଜାରି କରିଛି ଶକ୍ତ ଗାଇଡ଼ ଲାଇନ . ସମଲ ଥାନା ଅନ୍ତର୍ଗତ ସମଲ ବ୍ୟାରେଜ ସ୍ଥିତ ହାଇସ୍କୁଲ ଛକଠାରେ ଥିବା ବଜାରରେ ସଂଧ୍ୟା ସମୟରେ ପୋଲିସ ପେଟ୍ରୋଲିଂ କରାଯିବା ସହ ମାସ୍କ ଚେକିଂ କରାଯାଇଥିଲା । ସଂଧ୍ୟା ସମୟରେ ବଜାରରେ ଗ୍ରାହକ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ଦୋକାନୀ ମାନଙ୍କୁ ସଚେତନ କରିବା ସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମଲ ଥାନା ଆଇଆଇସି ଚାରୁଲତା ବେହେରା ଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ମାନେ ପାଟ୍ରୋଲିଂ କରିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ ।