କଟକ ସଦର ବିଭିନ୍ନ ଧାନମଣ୍ଡି ରେ ଅନିୟମିତତା ଅଭିଯୋଗ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଧାନର ଅଭାବି ବିକ୍ରି ଏବଂ କଟକ ସଦର ବ୍ଲକ କନ୍ଦରପୁର ସୋସାଇଟିରେ ଧାନ ସଂଗ୍ରହ ନେଇ ଅନିୟମିତତା ଆଦି ବିଭିନ୍ନ ସମସ୍ୟାର ପ୍ରତିବାଦରେ ମହାସଂଘର ରାଜ୍ୟ ସଭାପତି ଯୁବ ସଂଗଠକ ସଚିନ ମହାପାତ୍ର, କଟକ ଜିଲ୍ଲା ସଭାପତି ଭୀମସେନ ସାବତ, ରାଜ୍ୟ ସଂଯୋଜକ କୃଷକନେତା ଦୁର୍ଗା ପ୍ରସାଦ ପରିଡ଼ା, ଜିଲ୍ଲା ମହିଳାମୋର୍ଚ୍ଚା ସଭାପତି ସୁଚିସ୍ମିତା ସାବତ, ଜିଲ୍ଲା ଯୁବ ଛାତ୍ର ସଭାପତି ଅଭିଜିତ ଦାସ ପ୍ରମୁଖ ମାନ୍ୟବର କଟକ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଉପ-ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଚଳିତ ବର୍ଷ ୪୦ରୁ ଅଧିକ ପ୍ରତିଶତ ଚାଷୀ ଧାନ ବିକ୍ରି କରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ଏହି ଚାଷୀ ସମସ୍ୟାର ତୁରନ୍ତ ସମାଧାନ କରାନାଗଲେ ମହାସଙ୍ଗ ପକ୍ଷରୁ ଅଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ ସଂଯୋଜକ ଦୁର୍ଗା ପ୍ରସାଦ ପରିଡ଼ା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *