ସଂପଡା ମେଘା ନର୍ସରୀ ରେ ଦଶପଲ୍ଲା ବିଧାୟକ ଙ୍କ ଦଳୀୟ ମିଟିଙ୍ଗ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସଂପଡା ମେଘା ନର୍ସରୀ ରେ ଗତକାଲି ସନ୍ଧ୍ୟା ସମୟରେ ଦଶପଲ୍ଲା ବିଧାୟକଙ୍କର ଏକ ଦଳୀୟ ମିଟିଙ୍ଗ ଅନୁଷ୍ଠିତ ହୋଇଥିବା ବେଳେ , କେଉଁ କାରଣକୁ ନେଇ ଏତେ ଜରୁରୀ ଆଉ ଗୁପ୍ତ ମିଟିଙ୍ଗ ର ଆୟୋଜନ ତାହା ସ୍ପଷ୍ଟ ହୋଇନାହିଁ | ସବୁ ଠାରୁ ବଡ଼ କଥା ହେଉଛି ମେଘା ନର୍ସରୀ ରେ ରାତିରେ ମିଟିଙ୍ଗ ପାଇଁ କିଏ ଦେଇଥିଲା ଅନୁମତି | ଏହି ମିଟିଙ୍ଗି ରେ ବିଜୁ ଜନତା ଦଳ ର କିଛି ପୁରୁଖା କର୍ମୀଙ୍କ ସହ ନୂଆଗାଁ ବ୍ଲକର ୨୨ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ | ଏହି ଗୁପ୍ତ ମିଟିଙ୍ଗି ଯୋଗୁଁ ନୂଆଗାଁ ବ୍ଲକ ଅଞ୍ଚଳ ରେ ଏକପ୍ରକାର ଛନକା ପଶିଯିବା ସହ , ଆଗକୁ ଥିବା ସମସ୍ତ ନିର୍ମାଣ କାମ କୁ ନେଇ ଏ ମିଟିଙ୍ଗ ର ଆୟୋଜନ ବୋଲି ଚର୍ଚ୍ଚା ହେଉଛି | ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ ଘଂଟିକା ସମୟରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କର ଏହି ତରବରିଆ ଦଳୀୟ ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା |

Leave a Reply

Your email address will not be published. Required fields are marked *