ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କରୋନା ପଜିଟିଭ : ବଢ଼ିଲା ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଚିନ୍ତା

0
172

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଏହାପରେ ବଢିଯାଇଛି ମା ଭୈରବୀ ଉଚ୍ଚବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଚିନ୍ତା । କାରଣ ଗତ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷୟତ୍ରୀ ଓ ମେଟ୍ରନଙ୍କ ନିର୍ଯ୍ୟାତନା ସହି ନପାରି ୨୬ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ି ଚାଲି ଯାଇଥିବା ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଓ ବ୍ଲକ୍ ମଙ୍ଗଳ ଅଧିକାରୀ ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ରେ ଥିବା ମା ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲକୁ ଯାଇଥିଲେ । କିନ୍ତୁ କେହି ମଧ୍ୟ ମାସ୍କ୍ ପିନ୍ଧି ନ ଥିଲେ । ପ୍ରାୟ ୬ରୁ ୭ଘଣ୍ଟା ସ୍କୁଲରେ ରହିବା ସହ ଅନ୍ତେବାସୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ । କେବଳ ମା ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ୍ ଅନ୍ତେବାସୀ ନୁହଁନ୍ତି, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବେ ଚିନ୍ତାରେ । ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟା ଆଶ୍ରମକୁ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ ଯାଇଥିବାରୁ ଶିକ୍ଷକ-ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଆଜି କୋଭିଡ ଟେଷ୍ଟ କରିଛନ୍ତି । ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ଦୀର୍ଘ ଘଣ୍ଟା ରହିଥିବା ମା ଭୈରବୀ ଉଚ୍ଚବିଦ୍ୟାଳୟ ଅନ୍ତେବାସୀ ଏବେ କରିବେ କଣ ଓ ସେମାନଙ୍କ ଅଭିଭାବକ ନିଜ ନିଜ ଗାଁକୁ ଯାଇଛନ୍ତି ଏଣୁ ତୁରନ୍ତ ସମସ୍ତଙ୍କୁ ଚିହ୍ନଟ କରି ସ୍ଵତନ୍ତ୍ର ଭାବରେ ଟେଷ୍ଟ କରିବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here