ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଜ୍ଞାନର ଅଗ୍ରଗତି ମନୁଷ୍ୟକୁ ମଙ୍ଗଳ ଗ୍ରହରେ ପହଞ୍ଚିଲାଣି , ତେବେ ଆଶ୍ଚର୍ଯ୍ୟଜନକ ଭାବରେ ଅନେକ ସମୟରେ ଦେଖିବାକୁ ମିଳୁଛି ମଧୟ୍ଯୁଗୀୟ କୁସଂସ୍କାର . ଆଜିର ଏହି ବିଜ୍ଞାନ ଯୁଗରେ ଲୋକମାନେ ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରିବା ଲାଗି ଚିନ୍ତା କରିବା ସମୟରେ କିଛି ବ୍ୟକ୍ତି ଅନ୍ଧବିଶ୍ୱାସ ଆଧାର କରି ମୃତ ବ୍ୟକ୍ତି ଙ୍କୁ ପୂଜାର୍ଚ୍ଚନା ଜଳାଭିଷେକ କରି ବଞ୍ଚାଇବା ର ଚେଷ୍ଟା ଜାରି ରଖିଛନ୍ତି । ଏଭଳି ଏକ ଅନ୍ଧ ବିଶ୍ୱାସର ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବରସାହି ଗ୍ରାମରେ । ବର୍ତ୍ତମାନ ଚାଲିଛି ଦଣ୍ଡଯାତ୍ରା ର ସମୟ । ଦୁଇ ଦିନ ତଳେ ମାନସିକ ପୂରଣ ଆଶାରେ ସିଙ୍ଗାରପୁର ଗ୍ରାମର ରବି ନାହକ ଦଣ୍ଡ ରେ ମିଶିଥିଲେ । ଦଣ୍ଡ ପୂଜା ଚାଲିଥିବା ସମୟରେ କୈାଣସି କାରଣରୁ ରବି ଅସୁସ୍ଥ ହୋଇ ପଡିଥିଲେ। ସେଠାରୁ ତାଙ୍କୁ ତୁରନ୍ତ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡ଼ାକ୍ତରଖାନାରେ ଡାକ୍ତର ରବିଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ କରି ଶବଦାହ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ଦଣ୍ଡୁଆ ମାନେ ଡାକ୍ତର ଙ୍କ ପରାମର୍ଶ କୁ ନମାନି ମୃତ ବ୍ୟକ୍ତି ନିଶ୍ଚିତ ବଞ୍ଚିବେ କହି ଗ୍ରାମକୁ ଆଣି ପୂଜାର୍ଚ୍ଚନା କରି ମୃତକଙ୍କୁ ଜଳାଭିଷେକ କରିବାରେ ଲାଗିଛନ୍ତି । ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଗ୍ରାମବାସୀ ମାନେ କାହାରି କଥା ନଶୁଣି ମୃତ ଶରୀରର କୁ ରଖି ନାମ ସଂକୀର୍ତ୍ତନ ସହିତ ଜଳାଭିଷେକ ଚାଲୁ ରଖିଛନ୍ତି ।